ଭଞ୍ଜନଗର, ୨୩/୦୨(ପିପିଟି) : ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ସେଥି ମଧ୍ୟରେ ଏନଏସି ୱାର୍ଡ ନଂ-୬ ଅନ୍ତର୍ଗତ ଭଞ୍ଜନଗର ବ୍ଲକ ଛକ ନିକଟରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ରର ଉଦ୍ଘାଟନ ପରେ ପୋଲିସ୍ ବାରାକ୍ ସାମନା ଖୋଲାସ୍ଥାନର ସୌନ୍ଦର୍ଯ୍ୟକରଣର କାର୍ଯ୍ୟର ଉଦ୍ଘାଟନ, ପୁରୁଣା ନିମ୍ନ ମୌଳିକ ବିଦ୍ୟାଳୟ ଠାରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ, କାରଗିଲ ଭବନର ଶୁଭ ଉଦ୍ଘାଟନ,ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ ନୂତନ ଶ୍ରେଣୀ କକ୍ଷର ଭିତ୍ତି ପ୍ରସ୍ତର ସ୍ଥାପନ,ପୋଷ୍ଟ ଅଫିସ୍ ସାମନା ଖୋଲାସ୍ଥାନ ସୌନ୍ଦର୍ଯ୍ୟକରଣର ଉଦ୍ଘାଟନ, ୱାର୍ଡ ନଂ-୧୪ ସ୍ଥିତ ଶ୍ରୀରାମ ନଗର ଠାରେ ମିଶନ ଶକ୍ତି ଗୃହର ଉଦ୍ଘାଟନ
ଓ ବନ ବିହାର ସମ୍ମୁଖ ପର୍ଯ୍ୟଟକ ସୁବିଧା କେନ୍ଦ୍ରକୁ ମନ୍ତ୍ରୀ ଶ୍ରୀ ଆରୁଖ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଭଞ୍ଜନଗର ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନାହିତକର ଯୋଜନା ସମ୍ପର୍କରେ ଅବଗତ କରିବା ସହ ଭଞ୍ଜନଗର ସହରକୁ ଆହୁରି ଶରସ ସୁନ୍ଦର କରିବା ଏବଂ ଅନ୍ୟାନ୍ୟ ଆବଶ୍ୟକତା କୁ ଅତିଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି।ଏଥିରେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଶୂଳ ପାଣି ଶତପଥୀ ଙ୍କ ସମେତ ସମସ୍ତ କାଉନସିଲର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ ଜେ. କେ ପଟ୍ଟନାୟକ)