ଭଞ୍ଜନଗର,୦୧/୧୦(ପିପିଟି),ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଜଗନ୍ନାଥ ପ୍ରସାଦ ତହସିଲ ଅଫିସ ଗସ୍ତ କରି ଆଠ ଗୋଟି ଆର. ଆଇ ସର୍କଲର ସମୀକ୍ଷା କରିଛନ୍ତି । ସମସ୍ତ ଆର.ଆଇ ମାନଙ୍କ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବା ସହ ରାଜସ୍ବ ଆଦାୟ ଗୁରୁତ୍ୱ ସହ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖି ଚଢାଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଗନ୍ନାଥ ପ୍ରସାଦ ତହସିଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ବୋରିଆଲ ମୁର୍ମୁ ସମେତ ଆଠ ଗୋଟି ସର୍କଲର ସମସ୍ତ ଆର. ଆଇ,ଏ. ଆର. ଆଇ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)