ଭଞ୍ଜନଗରର ପ୍ରିୟବ୍ରତ ପାଲକ ପାଇଲେ ଓଏଏସ ।

ଭଞ୍ଜନଗର,୦୯/୧୦(ପିପିଟି): କଥାରେ ଅଛି ପଢ଼ିବାର ଆଗ୍ରହ ଓ ଇଛା ଶକ୍ତି ଥିଲେ ଜଣେ ଛାତ୍ର ଦିନେ ନା ଦିନେ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସେହିଭଳି ଜଣେ ଛାତ୍ର ଆଜି ତାଙ୍କ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛନ୍ତି । ଭଞ୍ଜନଗର ଏଲଆଇସି କୋଲନୀର ବାସିନ୍ଦା  ପ୍ରକାଶ ଚନ୍ଦ୍ର ପାଲକଙ୍କ ପୁଅ ପ୍ରିୟବ୍ରତ ପାଲକ ୨୦୧୯ ଓଡିଶା ଲୋକ ସେବା ଆୟୋଗର ପରୀକ୍ଷାରେ ୫୪ ରେଙ୍କ ରଖି ପାସ ହୋଇଛନ୍ତି । ପ୍ରିୟବ୍ରତଙ୍କ ବାପା  ଜଳସେଚନ ବିଭାଗର ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିଲେ  ବର୍ତମାନ ସେ  ଅବସର ନେଇସାରିଛନ୍ତି ।  ପ୍ରିୟବ୍ରତ ଭଞ୍ଜନଗର ଶ୍ରୀବତ୍ସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦଶମ ଶ୍ରେଣୀ ପଢୁଥିଲେ ଏହାପରେ ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଅଧ୍ୟାୟନ କରିବା ପରେ ସିପେଟ ଇଂଜିନିୟରିଂ କଲେଜରେ ବି ଟେକ ପଢିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ ପାଠ ପଢିବା ପ୍ରତି ବହୁତ ଆଗ୍ରହ ଥିଲା ପାଠ ପଢ଼ିବାର ଆଗ୍ରହ ଓ ଇଛା ଶକ୍ତି ଦ୍ୱାରା ଆଜି ସେ ଓଡିଶା ଲୋକ ସେବା ଆୟୋଗର  ପରୀକ୍ଷାରେ ୫୪ ରେଙ୍କ ରଖି ପାସ ହୋଇଛନ୍ତି । ଆଜି ରେଜଲ୍ଟ ପାଇବା ପରେ ଭଞ୍ଜନଗର ଅଞ୍ଚଳର ଆଉ ଜଣେ ଗୌରବ ଅର୍ଜନ କରିଥିବା  ଛାତ୍ରଙ୍କ ପାଇଁ ସମସ୍ତ ଜନସାଧାରଣ ଶିକ୍ଷକ ଶିକ୍ଷୟତ୍ରୀ ଓ ତାଙ୍କ ବନ୍ଧୁ ମାନେ ଶୁଭେଚ୍ଛା ଜଣାଇଛନ୍ତି ଏଥିସହ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment