ଭଞ୍ଜନଗରରେ ୟୁଜେଏର ବୈଠକ ।

ଭଞ୍ଜନଗର,୨୧/୦୫(ପିପିଟି): ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ଏକ ବୈଠକ ସ୍ଥାନୀୟ ପ୍ରେସ କ୍ଲବ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ମାସ ୩ତାରିଖରେ ସୋରଡ଼ା ଠାରେ ହେବାକୁ ଥିବା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଜିର ବୈଠକରେ ୟୁଜେଏର ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଭଞ୍ଜନଗର ୟୁଜେଏ ବ୍ଲକ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼, ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା ମଞ୍ଚରେ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ।ଭବାନୀ ପାଳ, ନଚିକେତ ପ୍ରଧାନ, ବବି ରଥ ଓ ଅନ୍ୟମାନେ ସଂଘରେ ଏକତା ପ୍ରତିଷ୍ଠା,ସମସ୍ତଙ୍କ ମଧ୍ୟରେ ଭାତୃଭାଵ ଓ ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ଦେଇଥିଲେ।ଶେଷରେ ନିଲୁ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment