ଭଞ୍ଜନଗର,୧୯/୦୮(ପିପିଟି): ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ଶୁକ୍ରବାର ମହା ସମାରୋହରେ ବିଶ୍ୱ ଫୋଟ ଗ୍ରାଫି ଦିବସ ପାଳନ କରାଯାଇଛି।ସକାଳେ ସଂଘର ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ବାହାରି ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ, ଖାଲା ସାହି, ମେନ ରୋଡ଼, ବସ ଷ୍ଟାଣ୍ଡ, କୋର୍ଟରାସ୍ତା ଦେଇ ସହର ପରିକ୍ରମା କରିଥିଲେ। ଏହାପରେ ଗୁପ୍ତେଶ୍ଵର ମନ୍ଦିର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡିଶା ଭବନ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ମେଡ଼ିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥି, ସମ୍ମାନିତ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ସମାଜସେବୀ ଶୂଳପାଣି ଶତପଥି, ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ।ଫୋଟ ଅତୀତ ଘଟଣାର ସ୍ମୃତିକୁ ତାଜା କରିବାରେ ସହାୟକ ହୋଇଥାଏ।ଆଜିକାଲି ପ୍ରତ୍ୟେକ ମୁହୂର୍ତ୍ତରେ ଫୋଟର ଆବଶ୍ୟକତାକୁ ଦେଖି ତାହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫୋଟ ଗ୍ରାଫର ମାନେ ଉଦ୍ୟମ ଜାରି ରଖିଛନ୍ତି। ମୋବାଇଲ କିଛି ମାତ୍ରାରେ ଫୋଟ ଗ୍ରାଫରଙ୍କ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଥିଲେ ମଧ୍ୟ ନିଜର ଜ୍ଞାନ କୌଶଳ ଓ ଜୀବନ୍ତ ଫୋଟଗ୍ରାଫି ପାଇଁ ଆଜିବି ଫୋଟ ଗ୍ରାଫରଙ୍କ ଚାହିଦା ରହିଛି ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ବରିଷ୍ଠ ଫୋଟ ଗ୍ରାଫର ରମାକାନ୍ତ ଆଚାର୍ଯ୍ୟ, ପ୍ରଫୁଲ ବେହେରା ଓ ମଧୁସୂଦନ ମହାନ୍ତିଙ୍କୁ ଜିପିଏ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୟକୃଷ୍ଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଚକ୍ରପାଣି ପ୍ରଧାନ, ସାଗର ବେହେରା,ସଂଗ୍ରାମ ସ୍ବାଇଁ, ଦର୍ପ ନାରାୟଣ ଜେନା, ସୁକୁ ମହାନ୍ତି, କୁମାର ନାରାୟଣ ପଣ୍ଡା,ଅନୀଲ ବିଷୋୟୀ ଓ ଅନ୍ୟ ମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
ଭଞ୍ଜନଗରରେ ବିଶ୍ୱ ଫୋଟ ଗ୍ରାଫି ଦିବସ ପାଳିତ ।
