ଭଞ୍ଜନଗରରେ ପ୍ରତିଦିନ ଚାଲିଛି ଗଣେଶ ଭଷାଣି ।

ଭଞ୍ଜନଗର, ୨୬/୦୯(ପିପିଟି):ଭଞ୍ଜନଗର ସହରରେ ଚଳିତ ବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାହିରେ ପ୍ରାୟ ୪୦ଟି ମଣ୍ଡପରେ ଛୋଟବଡ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ଗତ ୧୯ତାରିଖରେ ଆନନ୍ଦ ଉଲ୍ଲାସର ସହିତ ଗଣେଶ ପୂଜା ଶେଷ ହୋଇଥିଲେ ମଧ୍ୟ ନିର୍ଦ୍ଧିଷ୍ଟ କେତେକ ବାରକୁ ଛାଡ଼ି  ପ୍ରତ୍ୟେକ ଦିନ ଭଷାଣି ଉତ୍ସବ ଚାଲିଛି।ଅଧିକ ଆକର୍ଷଣୀୟ କରିବା ଲାଗି ଶୋଭାଯାତ୍ରାରେ ବୁଲିବା ଗାଡିକୁ ସଜେଇବା ସହ ଡ଼ିଜେ,ରଙ୍ଗ ବେରଙ୍ଗର ଆତସବାଜି ବିଭିନ୍ନ ଲୋକନୃତ୍ୟ, ସଙ୍ଗୀତ, ଢୋଲ, ଘଣ୍ଟ ଦଳ ଯୋଗଦେଇ ପରିବେଶକୁ ସରଗରମ କରୁଛନ୍ତି।ଶବ୍ଦର ତାଳେ ତାଳେ ନୃତ୍ୟ ମାଧ୍ୟମରେ ଯୁବଗୋଷ୍ଠୀ ଝୁମି ଯାଉଥିବା ଦେଖିବାକୁ ମିଳୁଛି।ପୂଜା କମିଟିଗୁଡ଼ିକ ମଧ୍ୟରେ ଭଷାଣିରେ ଅନ୍ୟ ଠାରୁ କିଛି ନିଆରା କରିବା ପାଇଁ ପ୍ରତିଦ୍ବନ୍ଦିତା ଚାଲିଛି।ବୁଧବାର ବାକି ଥିବା ସମସ୍ତ ମୂର୍ତ୍ତି ଭଷାଣି କରାଯିବ ବୋଲି ଜଣାପଡ଼ିଛି।ଲୋହରାଖଣ୍ଡି ନଦୀ, ଭଞ୍ଜନଗର ଜଳ ଭଣ୍ଡାର,ବରଙ୍ଗ ନାଳ ଆଦିରେ ମୂର୍ତ୍ତି ବିସର୍ଜନ କରୁଥିବା ଦେଖା ଯାଇଛି।

ରିପୋର୍ଟ-ଜେ କେ ପଟ୍ଟନାୟକ

Comments (0)
Add Comment