ଭଞ୍ଜନଗରରେ ଗଣେଶ ପୂଜା ।

ଭଞ୍ଜନଗର, ୦୭/୦୯(ପିପିଟି) : ଆଜି ହେଉଛି ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କର ପୂଜା।ଏହି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଗାଁ ଠାରୁ ସହର ସବୁଠାରେ ଉତ୍ସାହ ଉଦ୍ଦୀପନାରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଛି।ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବେଶ ଆଡ଼ମ୍ବର ସହକାରେ ବିଘ୍ନ ବିନାଶକ ପଭୁ ଗଣେଶଙ୍କର ପୂଜା ଅନୁଷ୍ଠିତ ହୋଇଥିଲା।ଭଞ୍ଜନଗର ପ୍ରେସ କ୍ଲବ ରେ ପ୍ରଥମ ଥର ଗଣେଶ ପୂଜା ହୋଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ଗଣେଶଙ୍କର ମନଲୋଭା ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସାଜସଜ୍ଜା, ଆକର୍ଷଣୀୟ ତୋରଣ ଓ ରଙ୍ଗ ବେରଙ୍ଗ ଅଲୋକମାଳା ରେ ପୂଜାମଣ୍ଡପ ଗୁଡ଼ିକ ଝଲସି ଉଠିଥିଲା।ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଏହି ପୂଜାରେ ସାମିଲ ହୋଇଥିଲେ।ବିଶେଷ କରି ପିଲାମାନେ ନୂତନ ବସ୍ତ୍ର ପରିଧାନ କରି ବିଭିନ୍ନ ଫୁଲ, ଫଳ ଓ ଭୋଗ ସାମଗ୍ରୀ ନେଇ ପ୍ରଭୁଙ୍କ ନିକଟରେ ସମର୍ପଣ କରିଥିଲେ। ସେଥି ମଧ୍ୟରେ ବିଇଡ଼ି କଲେଜ, କେଏସୟୁବି କଲେଜ,ସାବିତ୍ରୀ ମହିଳା କଲେଜ, ଭଞ୍ଜ କଲେଜ ଅଫ ନର୍ସିଂ, ୟୁବି ହାଇସ୍କୁଲ, ଡିବି ବାଳିକା ଉଚ୍ଚ ବିଦ୍ୟାଳୟ,ଗୁରୁକୃପା ଆବାସିକ ବିଦ୍ୟାଳୟ, ୟୁନିକ ଡ୍ୟାନ୍ସ ଏକାଡେମୀ, ତ୍ରିପାଠୀ ଟ୍ୟୁଟୋରିଆଲ, ଏଲଆଇସି ଅଫିସ,ଲଜ୍ ଓଁ ଭବନ,ଗାନ୍ଧୀ କୈଳାସ ପାହାଡ଼ ଗଣେଶ ମନ୍ଦିର,ପୁରୁଣା ବଜାର ସାହି, ଭଞ୍ଜ ମାର୍ଗ, ଖାଲା ସାହି, ହାଇସ୍କୁଲ ଛକ,ଭେଜିପୁଟ, ବାଉଁଶ ଲୁଣ୍ଡି, ଲଣ୍ଡେଇ ସାହି, ସମେତ ବିଭିନ୍ନ ସ୍ଥାନରେ ପ୍ରଭୁ ଗଣେଶ ପୂଜା ପାଉଛନ୍ତି।ସନ୍ଧ୍ୟା ସମୟରେ ବିଭିନ୍ନ ପୂଜା ମଣ୍ଡପରେ ବହୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment