ଭଞ୍ଜନଗର, ୦୮/୧୦(ପିପିଟି):ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବାରେ ଲାଗିଛି।ଯାହା ଫଳରେ ବହୁ ସାଧାରଣ ଲୋକ ନିଜର ସର୍ବସ୍ବ ହରାଇ ଦୁଃଖ କଷ୍ଟରେ ହଇରାଣ ହୋଇ ଦିନ କାଟୁଛନ୍ତି।ତେଣୁ ସେହି ସାଇବର ଠକଙ୍କ ଠାରୁ ଦୁରେଇ ରହିବା ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଏକ ସଚେତନତା ରଥ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛି।ଏହି ରଥ ଭଞ୍ଜନଗରରେ ପହଞ୍ଚିବା ଏଠାରେ ଆମ ପୋଲିସ ସମିତି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ କୁମାର ବଡ଼ଜେନା ରଥକୁ ଉଦଘାଟନ କରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭଞ୍ଜନଗର ଥାନାରୁ ଏକ ବିରାଟ ଶୋଭାଯାତ୍ରାରେ ରଥ ବାହାରି ସହର ପରିକ୍ରମା ପରେ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ନୃତ୍ୟ ନାଟିକା ଓ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସାଇବର କ୍ରାଇମ ଓ କୋମଳମତି ଛାତ୍ରଛାତ୍ରୀ ମାନେ କିପରି ଛୋଟିଆ ଭୁଲ ଦ୍ୱାରା ନିଜ ଭବିଷ୍ୟତ ନଷ୍ଟ କରୁଛନ୍ତି ସେ ବିଷୟରେ ସଚେତନ କରାଯିବା ସହ କୁଇଜ ପ୍ରତିଯୋଗିତା କରି ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିରେ ନୋଡ଼ାଲ ଅଫିସର ସରୋଜ ପୃଷ୍ଟି, ଏସ୍ଡିପିଓ ବିଶ୍ଵାମିତ୍ର ହରପାଲ, ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସମେତ ପୋଲିସ କର୍ମଚାରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି,କଲେଜ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ରିପୋର୍ଟ୍ଜ -ଜୟକୃଷ୍ଣ ପଟ୍ଟନାୟକ