ଭଞ୍ଜନଗର, ୨୪/୧୨(ପିପିଟି):ଜାତୀୟ ଖାଊଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ସ୍ଥାନୀୟ ଭଞ୍ଜନଗର କାରଗିଲ ସହୀଦ ଭବନ ଠାରେ ଗ୍ରାହକ ଦିବସକୁ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭରାଜ ସାମନ୍ତରା ଉଦଘାଟନ କରି ଖାଊଟି ସଚେତନ ହେବା ପାଇଁ ବିଭିନ୍ନ ମାର୍ଗ ଦର୍ଶନ ଦେଇଥିଲେ। ଡିଜିଟାଲ ଭାରତ ଯୋଜନାରେ ଇ-ସେବା ମାଧ୍ୟମରେ ଗ୍ରାହକ ମାନେ ଟଙ୍କା ଦେଣନେଣେ କରିବା ଉପରେ ଅତିଥି ଭାବେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଗୁରତ୍ଵ ଦେଇଥିଲ । ବ୍ୟାଙ୍କ, ବୀମା, ବିଦ୍ୟୁତ, ମୋବାଇଲ ଇନ୍ଟାରନେଟ, ଶିକ୍ଷା, ସ୍ୱାସ୍ଥ୍ୟ,ଡାକ, ଷ୍ଟକ, ବଜାର,ରେଳ ଓ ବିମାନ ଯାତ୍ରା, ପରିବହନ ବସ ସେବାରେ ଅବହେଲା ଓ ବଡ ବଜାର, ମଲ, ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରକ, ଖାଦ୍ୟ ହୋଟେଲ ଓ ମେଡିସିନ ଦୋକାନ ଗୁଡିକ ଦ୍ରବ୍ୟରେ ତ୍ରୁଟି ଓ ତାର ନିରାକରଣ ଉପରେ ସାଧନା କର୍ମୀ ରୂପେ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ଉପସ୍ଥିତ ଗ୍ରାହକଙ୍କୁ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ସଦର ମହାକୁମା ଦୂରତା ଯୋଗୁ ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ, ସ୍ମାର୍ଟ ମିଟର ବିରୋଧ, ପେଟ୍ରୋଲ ପମ୍ପରେ ମାଗଣା ଏୟାର ଓ ଜନ ବହୁଳ ଅଞ୍ଚଳରେ ଭାରତ ଓ ଇଣ୍ଡାନ ଗ୍ୟାସ ଗୋଦାମ ବିପଦ, ଟେଲିକମ କମ୍ପାନି ନେଟୱର୍କ ସମସ୍ୟା,ନକଲି ସାର ଓ ମେଡିସିନ ବଜାର, ଆଜମା ରୋଗୀକୁ ବୀମା ବାରଣ, ଓଜନ ମାପ ଜନିତ ବିଭିନ୍ନ ସମସ୍ୟା ଉପରେ ଖାଊଟି ସଭାରେ ଦାବୀ କରିଥିଲେ। ଯାହାକୁ ସ୍ଥାନୀୟ ପ୍ରଶାସନ ସହାୟତାରେ ମାସିକ ଗ୍ରାହକ ମାର୍ଗଦର୍ଶନ ଶିବିର ଅନୁଷ୍ଠିତ କରାଯାଇ ଉପୁଜିଥିବା ଅଭିଯୋଗ ନିରାକରଣ କରାଯିବା ପାଇଁ ଏକ୍ସଆର୍ମି ସଂଘ ସଭାପତି ମହେନ୍ଦ୍ର କୁମାର ସ୍ଵାଇଁ ମତ ରଖିଥିଲେ। ସଭା ଶେଷରେ ଗ୍ରାହକ ପଞ୍ଚାୟତ ସଭାପତି ତ୍ରିନାଥ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)