ଭଞ୍ଜନଗର, ୨୯/୦୫(ପିପିଟି ):ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସଚେତନତା ପଦଯାତ୍ରା ଏବଂ ଏକ ସ୍ୱତନ୍ତ୍ର ପ୍ରଚାର ରଥ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ’ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଥାନା ସମ୍ମୁଖରେ ସଚେତନତା ବାର୍ତ୍ତା ଦେଇ ଭଞ୍ଜନଗର ଟାଉନ ହଲରେ ଶେଷ ହୋଇଥିଲା। ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଉପଜିଲ୍ଲାପାଳ ଉପଖଣ୍ଡ ବାସୀଙ୍କୁ ସଠିକ ତଥ୍ୟ ଦେବା ସହ ବି ଏଲଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଦୀର୍ଘ ୨୪ ବର୍ଷ ପରେ ଏହି ଏସ ଆଇ ଆର ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଆର୍ଟିକଲ ୩୨୪ ବିଷୟରେ ବିସ୍ତୃତ ରୁପେ ବ୍ୟାଖ୍ୟା କରିଥିଲେ । ଜିଲ୍ଲାପାଳ ତଥା ସିଇଓ ଗଞ୍ଜାମଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଜିଲ୍ଲାବାସୀଙ୍କୁ ଯୋଗାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ସମୟ ସାପେକ୍ଷ ସହ ଟିମ୍ ୱାର୍କ ଦ୍ଵାରା ସମସ୍ତ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟରେ ଇସିଆଇ ଙ୍କ ନିର୍ଦ୍ଦେଶ ତଥା ନିୟମ ଅନୁସାରେ ସମ୍ପନ୍ନ କରିବେ। ସହକାରୀ ଜିଲ୍ଲାପାଳ ପ୍ରଧାନ ଟୁଲିଆମା କାର୍ଯ୍ୟକ୍ରମର ଏସଆଇଆର ଜନିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରଚିତା ମହାପାତ୍ର, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର , ସହାୟକ ଜିଲ୍ଲାପାଳ ଚନ୍ଦ୍ରଗିରି ଗାୟତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର ଅଭିଷ୍ପ। ପଟ୍ଟନାୟକ, ଭଞ୍ଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ଉପଖଣ୍ଡର ସମସ୍ତ ଅଧିକାରୀ ମାନେ, ସମସ୍ତ ବି ଏଲ ଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏସ ଆଇ ଆର ଚାଲିଥିବା ସମୟରେ କଣ କଣ କରିବେ ସେ ସମ୍ପର୍କରେ ଅଧିକାରୀ ମାନେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏସ ଆଇ ଆର ସମ୍ପର୍କିତ ହେଲ୍ପ ଡେସ୍କ ଉପଜିଲ୍ଲାପାଳଙ୍କ ଦ୍ଵାରା ଉଦଘାଟିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ରଚିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଶେଷରେ ସ୍ଥାନିୟ କଳାକାରଙ୍କ ଦ୍ଵାରା ‘ସ୍ୱତନ୍ତ୍ର ସଘନ ଶୋଧନ’ ସମ୍ପର୍କରେ ନାଟକ ଜରିଆରେ ସଚେତନ କରାଯାଇଥିଲା।
ରିପୋର୍ଟ -(ଜେ.କେ ପଟ୍ଟନାୟକ)