ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ।

ଭଞ୍ଜନଗର, ୨୨/୦୬(ପିପିଟି):ଗତକାଲି  ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଞ୍ଜନଗର ବେଲେଶ୍ବର ଶୈବ ପୀଠରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି।ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ପୌରପାଳିକାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଯୋଗ ଶିବିରରେ ମୁଖ୍ୟ ଅତିଥି ରୁପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରୁପେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର,ତହସିଲଦାର ଉମା ଶଙ୍କର ବେହେରା ଓ ବିଡ଼ିଓ ମନ୍ମଥ କୁମାର ନାୟକ ଯୋଗ ଦେଇଥିଲେ।ଉକ୍ତ ଯୋଗ ଶିବିରରେ ସ୍ୱାସ୍ଥ୍ୟ ହିଁ ସମ୍ପଦ।ତେଣୁ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଯୋଗର ଉପକାରିତା ଓ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ଦ୍ୱାରା ଶରୀର ନିରୋଗୀ ହୋଇଥାଏ ବୋଲି ଅତିଥିଗଣ ନିଜ ବକ୍ତବ୍ୟରେ କହିଥିଲେ।ଉପସ୍ଥିତ ସମସ୍ତ ଅତିଥି,ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଶପଥ ପାଠ କରିବା ପରେ ପ୍ରଶିକ୍ଷକମାନେ ସ୍ୱାସ୍ଥ୍ୟ ଉପାଦେୟ ବିଭିନ୍ନ ଯୋଗ ଶିକ୍ଷା ଦେଇଥିଲେ।ବିଧାୟକ ଶ୍ରୀ ନାୟକଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନେ ଯୋଗ କରିଥିଲେ।ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରମାଣପତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା।

ରିପୋର୍ଟ-ଜେ କେ ପଟ୍ଟନାୟକ 

Comments (0)
Add Comment