ଭଞ୍ଜନଗରରେ ଆନନ୍ଦ ଉଲ୍ଲାସର ସହ ଉତ୍କଳ ଦିବସ ପାଳନ ।

ଭଞ୍ଜନଗର, ୦୧/୦୪(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିୟନ୍ତ୍ରିତ ବଜାର ସମ୍ମିଳନୀ କକ୍ଷରେ ଆଜି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆନନ୍ଦ ଉଲ୍ଲାସର ସହିତ ଉତ୍କଳ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମ ରେ ସଭାପତି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ସଭାପତିତ୍ଵରେ ୯୧ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସକାଳ ସମୟରେ ଭଞ୍ଜନଗର ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଘୁମୁସର ମାଟିର ଭଞ୍ଜନଗର ଠାକୁରାଣୀ ପଡିଆ ଠାରେ ୧୮୭୦ ମସିହାରେ କିଭଳି ପ୍ରଥମ ଓଡ଼ିଆ ଭାଷା ଆନ୍ଦୋଳନ ବିଭିନ୍ନ ନେତୃବୃନ୍ଦଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଓ ଉତ୍କଳ ଦିବସର ଐତିହ୍ୟ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ବିଭିନ୍ନ ଚର୍ଚ୍ଚା, ସ୍ଵାଗତ ସଙ୍ଗୀତ , ଉତ୍କଳ ସଙ୍ଗୀତ ଗାନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ସ୍ତରୀୟ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି।
କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି , କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା , ବକ୍ତା ଭାବେ କେନ୍ଦୁପଦର ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ଆପଟ ଏବଂ ଅବସର ପ୍ରାପ୍ତ ଅଧ୍ୟକ୍ଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଡ଼କ୍ଟର ବିଚିତ୍ରା ନନ୍ଦ ଦାସଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟ ବାଦ୍ ଅର୍ପଣ କରିଥିଲେ । ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ପାତ୍ର,ପଦ୍ମ ଚରଣ ନାୟକ, ତାରିଣୀ ସାହୁ ଓ ସମାଜସେବୀ ସାମ୍ବାଦିକ ଅରକ୍ଷିତ ପରିଛା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment