ଭଞ୍ଜନଗରରେ ଆଜି କମିଛି, ୧୧ପଜିଟିଭ ଚିହ୍ନଟ ।

ଭଞ୍ଜନଗର,୨୬/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି ମୋଟ ୪୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳର ୧୧ଜଣ ପଜିଟିଭ ରହିଛନ୍ତି।ଗତ କିଛି ଦିନ ହେବ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ବ୍ରେକ ଲାଗିଛି।ସେହି ୧୧ଜଣଙ୍କ ମଧ୍ୟରେ ଭଞ୍ଜନଗର ଏନ.ଏ.ସି ର ଖାଲା ସାହି, ଭଞ୍ଜ ମାର୍ଗ, ମାଲ ସାହି ଓ ଭଞ୍ଜନଗରର ଜଣେ ଲେଖାଏଁ ଏବଂ ଏହି ବ୍ଲକର ତୁରୁମୁ ର ୨ଜଣ,ଗୋଲାପଡା, ନବ ଗୋଚ୍ଛା, ବିରି ପଦର, ଯୋଡ଼ା ବନ୍ଧ ଓ କୁଲାଡ଼ ଗ୍ରାମର ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment