ଭଞ୍ଜନଗର,ଆସିକା ଓ ପୁରୁଷୋତ୍ତମପୁର ବିଇଓ କାର୍ଯ୍ଯାଳୟ ସୂଚନା ତଥ୍ଯ ଦେବାକୁ ପଛଘୁଞ୍ଚା।

ବ୍ରହ୍ମପୁର,୦୨/୦୭(ପିପିଟି): ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ଯବସ୍ଥା ବିପର୍ଯ୍ଯସ୍ତ ସାଙ୍ଗକୁ ଭ୍ରଷ୍ଟାଚାର ରେ ବୁଡି ରହିଛି। ଜାଲ୍ ସାର୍ଟିଫିକେଟ ତଦନ୍ତ ନାମରେ ସୁରକ୍ଷା ଦେଇ ପ୍ରତି ମାସରେ ଅର୍ଥ ଆଦାୟ ନେଇ ରାସ୍ତାଘାଟ ଚର୍ଚ୍ଚା ! ବିଇଓ, ଡିପିସି ଓ ଡିଇଓ କାର୍ଯ୍ଯାଳୟର କେତେକ କର୍ମଚାରୀଙ୍କ ସମ୍ପତ୍ତିର ଅଭିବୃଦ୍ଧି ହୋଇଥିବା ଏବଂ କେତେକ ବିଇଓ ମଧ୍ଯ ରାଜକୀୟ ଢାଞ୍ଚାରେ ଜୀବନଯାପନ କରୁଥିବା ନେଇ ସବୁଠି ଚର୍ଚ୍ଚା ଶୁଣିବାକୁ ମିଳୁଛି ତେଣୁ ତଦନ୍ତ ସାପେକ୍ଷ। ସୂଚନା ତଥ୍ଯ ଡିଇଓ କାର୍ଯ୍ଯାଳୟକୁ ମାଗିଲେ ସମସ୍ତ ତଥ୍ଯ ନିର୍ଦ୍ଦିଷ୍ଟ ସମୟରେ ମିଳିବ ବୋଲି କିଛି ମାନେ ନାହିଁ। ଭଞ୍ଜନଗର, ଆସିକା ଓ ପୁରୁଷୋତ୍ତମପୁର ବିଇଓ କାର୍ଯ୍ଯାଳୟ ସୂଚନା ତଥ୍ଯ ଦେବାକୁ ପଛଘୁଞ୍ଚା। ପ୍ରଥମ ଅପିଲ ପରେ ମଧ୍ଯ ଡିଇଓ ଶୁଣାଣି କଲେ ନାହିଁ ।ସୂଚନା ଆଇନ ପ୍ରତି ଡିଇଓ ଓ ବିଇଓ ମାନଙ୍କ ଅବମାନନା। ଏମାନେ ବାହାରକୁ ଯେମିତି ଦେଖା ଯଆନ୍ତି ଭିତରେ ଏମାନଙ୍କ ଖେଳ ଅଲାଗା। ଭଞ୍ଜନଗର ବିଇଓଙ୍କୁ ଜାଲ୍ ଶିକ୍ଷକ ଓ ଦୁର୍ନୀତି କହିଲେ ଗନ୍ଧ କିନ୍ତୁ ସୂଚନା ତଥ୍ଯ ପ୍ରଦାନରେ ପଛଘୁଞ୍ଚା କଣ ପାଇଁ ? କିଛି ଭ୍ରଷ୍ଟା କର୍ମଚାରୀଙ୍କ ସମେତ କିଛି ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ତାଲିକା ପ୍ରଦାନ କରାଯିବ ବୋଲି ଫରୱାର୍ଡ ବ୍ଲକ ନେତା ତଥା ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସୂଚନା ଦେଇଛନ୍ତି।

Comments (0)
Add Comment