ଭଞ୍ଜନଗର, ୨୫/୧୧ (ପିପିଟି):ଭଞ୍ଜନଗର ଜେଲ ପଡ଼ିଆ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଆଜିର ମ୍ୟାଚ୍ ରେ କୋରାପୁଟ ଓ ସୁନ୍ଦରଗଡ଼ ମଧ୍ୟରେ କଡା ମୁକାବିଲା ହୋଇଥିଲା।ଉଭୟ ଦଳ ସଂଘର୍ଷପୂର୍ଣ୍ଣ କ୍ରୀଡା ପ୍ରଦର୍ଶନ କରିଥିଲେ ହେଁ ଶେଷରେ ସୁନ୍ଦରଗଡ଼ ଟିମ୍ କୋରାପୁଟକୁ ୩-୨ଗୋଲରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି।ଆସନ୍ତା କାଲି ଭଞ୍ଜଟ୍ରଫିର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ସୁନ୍ଦରଗଡ଼ ଓ ବକ୍ସର (ବିହାର) କାମାକ୍ଷା ଫୁଟବଲ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହେବ। ଆଜିର ମ୍ୟାଚରେ ରେଫରୀ ଭାବେ ଦିଲ୍ଲୀପ କୁମାର ରାଉତ ଏବଂ ଲାଇନ୍ସ ମ୍ୟାନ ଦେବଦ୍ରତ ବେହେରା, ସୁଜିତ୍ ରାଜହଂସ, ମ୍ୟାଚ୍ କମିଶନର ପି ଆନନ୍ଦ ରାଓ ଓ ପି ରମେଶ ଥିଲେ।ଆଜି ଦର୍ଶକମାନେ ଫୁଟବଲ ମ୍ୟାଚ୍ ର ଭରପୁର ମଜା ଉଠାଇଥିଲେ।ଏଥିରେ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)