ଭଜନ ସମାରୋହ ପାଇଁ ପ୍ରଚାର କରୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧ ।

ବେଲଗୁଣ୍ଠା,୨୬/୦୭(ପିପିଟି) : ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜିରୋଳି ଗ୍ରାମରେ ମାନବ ସେବା ବୃଦ୍ଧା ଆଶ୍ରମ ତରଫରୁ ସ୍ଵର୍ଗତ ସୁମିତ୍ରା ବାରିକଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ହୋଇଥାନ୍ତା ଭଜନ ସମାରୋହ ।  ଏନେଇ ଏକ ସାଇକେଲ୍ ରେ ଜନୈକ ବୃଦ୍ଧ ପ୍ରଚାର କରୁଥିଲେ । ବୃଦ୍ଧ ଜଣଙ୍କ ଆଜି ନେଟଙ୍ଗାକୁ ପ୍ରଚାର ପାଇଁ ଆସିଥିବା ବେଳେ ଥକି ଯାଇ ନେଟଙ୍ଗା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବସି ପଡିଥିଲେ । ସ୍ଥାନୀୟ ଯୁବ ସ୍ବେର୍ଚ୍ଚା ସେବି ପପୁ ଜେନା ତାଙ୍କୁ ପାଣି ପିଇବାକୁ ଦେବା ସହିତ ଖାଇବାକୁ ଯାଚିଥିଲେ କିନ୍ତୁ ବୃଦ୍ଧ ଜଣଙ୍କ ଖାଇବାକୁ ମନା କରିଥିଲେ । କିଛି ସମୟ ପରେ ବୃଦ୍ଧ ଜଣଙ୍କ ସେଠାରେ ହିଁ ଟଳି ପଡିଥିଲେ । ପରେ ବୃଦ୍ଧ ଜଣଙ୍କ ଜିରୋଳି ଗ୍ରାମର ରବି ବାରିକ ବୋଲି ସୂଚନା ମିଳିଛି । ସେ ଦୀର୍ଘ ଦିନ ହେବ ନିଜ ଘରେ ମାନବ ସେବା କେନ୍ଦ୍ର ଖୋଲି ଅଞ୍ଚଳର ବୃଦ୍ଧ ,ବୃଦ୍ଧା ଏବଂ ଅନାଥ ବ୍ୟକ୍ତିଙ୍କର ସେମାନଙ୍କର ସେବା କରି ଆସୁଥିଲେ । ଆସନ୍ତା ମାସ ୧୫ ତାରିଖରେ ନିଜ ସ୍ତ୍ରୀ ସୁମିତ୍ରା ବାରିକଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଭଜନ ସମାରୋହ ଆୟୋଜନ କରିବାକୁ ପ୍ରଚାର କରୁଥିଲେ । ରବିଙ୍କ ମୃତ୍ୟୁ ଖବର ପାଇବା ପରେ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ତଦନ୍ତ କରୁଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment