ଭଗତ ସିଂଙ୍କ ଶହୀଦ ଦିବସ ଉପଲକ୍ଷେ ଏ.ଆଇ.ଡି.ଏସ.ଓ ତରଫରୁ ସାଇକେଲ ଶୋଭାଯାତ୍ରା ।

ହିଞ୍ଜିଳିକାଟୁ,୨୩/୦୩ (ପିପିଟି); ଶହୀଦ-ଏ-ଆଜମ ଭଗତ ସିଂଙ୍କ ଶହୀଦ ଦିବସ ଉପଲକ୍ଷେ ଏ.ଆଇ.ଡି.ଏସ.ଓ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ତରଫରୁ ସାଇକେଲ ମାଧ୍ୟମରେ ହିଞ୍ଜିଳିକାଟୁ ସହର ପରିକ୍ରମା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯାଇଥିଲା ।ବକ୍ତାମାନେ ଭଗତସିଂଙ୍କ ଜୀବନ ସଂଗ୍ରାମ ତାଙ୍କ ଚିନ୍ତାଧାରାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରି କହିଥିଲେ । ଭଗତସିଂ ଦେଶର ଜନସାଧାରଣଙ୍କ ସମସ୍ତ ପ୍ରକାର ଶୋଷଣ, ଅତ୍ୟାଚାର, ଜୁଲୁମର ମୁକ୍ତ ଭାରତ ବର୍ଷର ସ୍ୱପ୍ନ ଦେଖିଥିଲେ କିନ୍ତୁ ଆଜିବି ତାହା ପୁରଣ ହୋଇପାରିନି ବରଂ ଦେଶର ଜନତା ଅକ୍ଟୋପେଶି ଆକ୍ରମଣରେ ଜର୍ଜରିତ ନିସ୍ପେସିତ ଆଜିବି ଶୋଷିତ ନିର୍ଯ୍ୟାତିତ । ତେଣୁ ଭଗତସିଂଙ୍କ ଅପୁରିତ ସ୍ୱପ୍ନକୁ ସାକାର କରିବା ପାଇଁ ନୂତନ ଚିନ୍ତାଚେତନା, ଆଦର୍ଶ, ମୂଲ୍ୟବୋଧର ଭିତ୍ତିରେ ସମସ୍ତଙ୍କୁ ସଚେତନ ସଂଗଠିତ ହେବାକୁ ପଡିବ । ସାଇକେଲ ଶୋଭାଯାତ୍ରା ହିଞ୍ଜିଳିକାଟୁ ବଇଂଚବଣିଆ ଛକରୁ ବାହାରି ସହର ପରିକ୍ରମା କରିଥିଲା । ଏଥିରେ ଏ.ଆଇ.ଡି.ଏସ.ଓ ରାଜ୍ୟ ଉପସଭାପତି ସୋମନାଥ ବେହେରା, ହିଞ୍ଜିଳିକାଟୁ ଆଞ୍ଚଳିକ କମିଟିର ପପୁନ ସାହୁ, ବିଭୂତି ଭୂଷଣ ସାହୁ, ଶୁଭସ୍ମିତ। ପାଣିଗ୍ରାହୀ, ଅଲିଭା ଦାସ, ଅନିଲ କୁମାର ସାହୁ, ସନ୍ତୋଷ ପଣ୍ଡା, କାମିନୀ ମଲ୍ଲିକ, ତୋଫାନ ସାହୁ, କାମରାଜୁ ସାହୁ ସମେତ ବହୁ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରାଟି ସୁଙ୍ଖଳାସହିତ ସମାପନ ହୋଇଥିଲା । (ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Comments (0)
Add Comment