ଭଏସ ଆଫ ମିଡିଆ ତରଫରୁ ପ୍ରଥମ ଥର ପାଇଁ ୪ଜଣ ସାମ୍ବାଦିକଙ୍କ ପାଇଁ ମାସିକ ପେନସନ ୧୫୦୦ ଟଙ୍କା ଘୋଷଣା ।

ଗଞ୍ଜାମ,୧୭/୧୧: ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ଭଏସ ଆଫ ମିଡ଼ିଆ ତରଫରୁ ରାଜ୍ଯ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ ୨୩ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଯୋଗ ଦେଇଥିଲା ବେଳେ ରାଜ୍ୟ ସଭାପତି ଡ ପ୍ରଭାତ କୁମାର ମିଶ୍ର,ଅବକାରୀ ଆରକ୍ଷୀ ଅଧିକ୍ଷକ ସୁମତି ତ୍ରିପାଠୀ ମୁଖ୍ଯଅତିଥି, ଡିଏସପି ଅନିଲ ମହାନ୍ତି ମୁଖ୍ୟ ବକ୍ତା, ସାଇବର ଇନ୍ସପେକ୍ଟର ସୁଚିତ୍ରା ଜେନା,ସୂଚନା ଲୋକସମ୍ପର୍କ ଅଧୁକାରୀ ଲକ୍ଷ୍ମଣ ବେହେରା,ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଶ୍ରୀଚନ୍ଦନ,ରାଜ୍ୟ ଉପସଭାପତି ଲଲାଟେନ୍ଦୁ ସେନାପତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଗଣମାଧ୍ଯମର ପରିଚାଳନା କ୍ଷେତ୍ରରେ ପ୍ରେସ୍ କାଉନ୍‌ସିଲ୍‌ର ଭୂମିକା ମହତ୍ତ୍ୱପୂର୍ଣ୍ଣ ରହିଛି । ଏଣୁ ସ୍ଵାଧୀନତା,ଦାୟିତ୍ଵ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ରହିଛି ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । କିନ୍ତୁ ବିଭିନ୍ନ ସମୟରେ ଖବର ସଂଗ୍ରହ କରିବାକୁ ଗଲାବେଳେ ଅନେକ ଖଳ ଓ ଦୁର୍ନୀତିଖୋର ଲୋକଙ୍କ ହିଂସାର ଶିକାର ହେବା ସହିତ ଅନେକ ମିଥ୍ୟା ମାମଲାରେ ଫସିଯିବା ଦେଖାଯାଏ । ତେଣୁ ସାମ୍ବାଦିକଟି ନିର୍ଭୀକ ଭାବେ ସତ୍ୟ ଘଟଣା ଏବଂ ତୃଣମୁଳ ସ୍ତରରେ ତଦନ୍ତ କରି ନିରପେକ୍ଷ ଭାବେ ଖବରକୁ ପ୍ରକାଶ କରନ୍ତୁ ବୋଲି ମଞ୍ଚରେ ଥିବା ଅତିଥି ମାନେ ସୁଚନା ଦେଇଛନ୍ତି । ରାଜ୍ୟ ସଭାପତି ଡ ମିଶ୍ର ସଂଘର ଚାରି ଜଣ ବରିଷ୍ଠ ସାମ୍ବାଦିକଙ୍କୁ ମାସିକ ଭତ୍ତା ବାବଦରେ ୧୫୦୦/ଟଙ୍କା ଅର୍ଥ ରାଶି ଆଜିର ଦିନରେ ପ୍ରଦାନ କରିଥିଲେ । ସୁଚନାଥାଉକି ଭଏସ ଆଫ ମିଡ଼ିଆ ଆସୋସିଏସନ ଆଗାମୀ ଦିନରେ ଉକ୍ତ ସାମ୍ବାଦିକଙ୍କ ଭତ୍ତା ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ଲାଗି ରାଜ୍ୟ ସଭାପତି ଡ ମିଶ୍ର ସୂଚନା ଦେଇଛନ୍ତି । ଭଏସ ଆଫ ମିଡ଼ିଆ ସଂଘ ତରଫରୁ ବରିଷ୍ଠ ସାମ୍ବାଦିକଙ୍କ ପାଇଁ ମାସିକ ଭତ୍ତା ଓଡ଼ିଶାର ୪ଜଣଙ୍କୁ ପ୍ରଦାନ କରାଯାଇଛି । ତେବେ ସେଥିମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ପୁରୋଷତ୍ତମପୁର ବ୍ଳକର ବରିଷ୍ଠ ସାମ୍ବାଦିକ ପ୍ରଶନ୍ନ କୁମାର ଦାସ ନାମ ରହିଛି । ଯା ଫଳରେ ବରିଷ୍ଠ ସାମ୍ବାଦିକମାନଙ୍କ ପାଇଁ ଭଏସ ଆଫ୍ ମିଡିଆ ସଂଘ ଭତ୍ତା ପ୍ରଦାନ କରିଥିବା ବ୍ଯବସ୍ଥାକୁ ନେଇ ଭଏସ ଆଫ ମିଡ଼ିଆ ସଂଘର ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ସାମ୍ବାଦିକ ( ଅରୁଣ କୁମାର ଗୌଡ଼ ) , ସାମ୍ବାଦିକ ସୁଦର୍ଶନ ପରିଡା,ସାମ୍ବାଦିକ ଅମିତ କୁମାର ମହାପାତ୍ର,ସାମ୍ବାଦିକ ମାଧବାନନ୍ଦ ଦାଶ,ସାମ୍ବାଦିକ ଉମାକାନ୍ତ ମହାପାତ୍ର,ସାମ୍ବାଦିକ ଆଦିତ୍ୟ କୁମାର ମହାପାତ୍ର ସାମ୍ବାଦିକ କେ. ତ୍ରିଲୋଚନ ପାତ୍ର,ସାମ୍ବାଦିକ ରାଧାକୃଷ୍ଣ ବେହେରା , ସାମ୍ବାଦିକ ଶାନ୍ତନ୍ତୁ କୁମାର ପଣ୍ଡା, ସାମ୍ବାଦିକ ତ୍ରିଲୋଚନ ଦାସ,ସାମ୍ବାଦିକ ଗଣେଶ ଡାକୁଆ,ସାମ୍ବାଦିକ ସୁର୍ଯ୍ୟ ନାରାୟଣ ବଡୁ, ସାମ୍ବାଦିକ ରାମକୃଷ୍ଣ ପାଣି ,ସାମ୍ବାଦିକ ରଂଜିତ କୁମାର ପୋଲାଇ ଭଏସ ଆଫ ମିଡ଼ିଆ ସଂଘର ରାଜ୍ୟ ସଭାପତି ଡ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment