ଭଏସ ଅଫ ମିଡ଼ିଆର ମାଁ ଶ୍ୟାମଳାୟୀ ପୀଠରେ ସାଙ୍ଗଠନିକ ବୈଠକ ।

ବେଗୁନିଆପଡା,୨୨/୧୨(ପିପିଟି):ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ( ଜାତୀୟ ରାଜପଥ ୫୯) ରେ ପୂଜା ପାଉଥିବା ମାଁ ଶ୍ୟାମଳାୟୀ ଙ୍କ ପୀଠରେ ” ଭଏସ ଅଫ ମିଡ଼ିଆ” ର ଗଞ୍ଜାମ ଜିଲ୍ଲା ପ୍ରତିନିଧି, ରାଜ୍ୟ ସଭାପତି,ରାଜ୍ୟର ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ୨୨ ବ୍ଳକର “ଭଏସ ଅଫ ମିଡ଼ିଆ” ରେ ଯୋଗଦେଇଥିବା ସମସ୍ତ ସାମ୍ବାଦିକ ମାଁ ଶ୍ୟାମଳାୟୀ ପୀଠରେ ଦିବ ୧୦ ଘଟିକା ସମୟରେ ଉପସ୍ଥିତ ରହି ସମସ୍ତ ପଦାଧିକାରୀଙ୍କ ସହିତ ଆଲୋଚନା ଜାରିରଖି ନିଜ ନିଜର ମତାମତ ରଖିଥିଲେ । ଏହି ଆଲୋଚନା ଚକ୍ରରେ ଗଞ୍ଜାମ ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲ ସଭାପତିତ୍ୱ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ତତ୍ ପରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଡଃ ପ୍ରଭାତ କୁମାର ମିଶ୍ର ନିଜ ବକ୍ତବ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ସହ ପରିବାର ର ସମସ୍ତ ସଦସ୍ୟଙ୍କୁ ବିମା ଯୋଗାଇବା ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଥିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ମଞ୍ଚାସୀନ ରାଜ୍ୟ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପତ୍ତି,ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ୱର ବିଧାର,ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ପରିଡା, ରାଜ୍ୟ କୋଷାଧ୍ଯକ୍ଷ ସରୋଜ କୁମାର ମୁଦୁଲି, ରାଜ୍ୟକାର୍ଯ୍ୟ ନିର୍ବାହୀ ଅରୁଣ କୁମାର ଗୌଡ଼,ହିଞ୍ଜିଳି ସଭାପତି ରଞ୍ଜିତ କୁମାର ପଲେଇ ପ୍ରମୁଖ ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ “ଭଏସ ଅଫ ମିଡ଼ିଆ” ଏମିତି ଏକ ସଙ୍ଘ ଯାହାକି ପୃଥିବୀର ୬୨ ଟି ଦେଶରେ ତାର ସାମ୍ବାଦିକ ମାନଙ୍କୁ ଏକତ୍ରିତ କରିବାରେ ସକ୍ଷମ ହୋଇଛି। ଭାରତ ବର୍ଷରେ ଅନେକ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ପେନସନ ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରି ଛନ୍ତି କିନ୍ତୁ ଓଡିଶା ଆଜି ପଛରେ,ଆମ ରାଜ୍ୟରେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶିଘ୍ର ପେନସନ ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରନ୍ତୁ ବୋଲି ସମସ୍ତେ ମତପ୍ରକାଶ କରିଥିଲେ। ଆମ ରାଜ୍ୟ ଆମକୁ ପେନସନ ଦେବାରେ ଅବହେଳା କରୁଥିବା ବେଳେ ଏହି ଭଏସ ଅଫ ମିଡ଼ିଆ ଅନୁଷ୍ଠାନ ଏଥିରେ ଯୋଗଦେଇଥିବା ୬୦ ବର୍ଷରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନଙ୍କୁ ପେନସନ ଦେବା ଆରମ୍ଭ କରିସାରିଲାଣି ବୋଲି ମତ ପ୍ରକାଶ କରିଥିଲେ । ପ୍ରଥମରେ ୪ ଜଣଙ୍କୁ ଏହି ସୁବିଧା ମିଳିଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ୧୫୦୦/- ପେନସନ ରାଶୀ ପାଇଛନ୍ତି । ଏଠାରେ ବହୁତ ୟୁନିଅନ ଗଠନ ହୋଇଛି ସତ କିନ୍ତୁ ଏହି ୟୁନିଅନ ଭଳି କେହି ବି ସମକକ୍ଷ ନାହାଁନ୍ତି ତତ ସହିତ
ଅନୁଷ୍ଠାନ ତରଫରୁ ସାମ୍ବାଦିକ ପରିବାରଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ଯୋଜନା ପାଇଁ ଦାବି କରାଯାଇଥିବା ବେଳେ ଛୁଆ ମାନଙ୍କ ପାଠ ପଢ଼ା ଖର୍ଚ୍ଚ ସହ ସମସ୍ତ ପାଠ୍ୟ ପୁସ୍ତକ ପ୍ରଦାନ ବର୍ତ୍ତମାନ ଦିଆଯାଉଛି, ଆସନ୍ତା ବର୍ଷ ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କ ଲିଷ୍ଟ ପ୍ରଦାନ କରିବାକୁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ ରାଜ୍ୟ ସଭାପତି ଡ଼ା ପ୍ରଭାତ କୁମାର ମିଶ୍ର,ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ,ସମସ୍ତ ଅତିଥି ଓ ସାମ୍ବାଦିକଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ। ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଆୟୋଜକ ଶେରଗଡ଼ ଓ ହିଞ୍ଜିଳି ସାମ୍ବାଦିକ ବନ୍ଧୁଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment