ବଡ଼ବୋର୍ସିଙ୍ଗ ପଞ୍ଚାୟତ ବିଧାୟକଙ୍କ ମାରାଥନ ଉଦଘାଟନ, ୪୦୦ କର୍ମୀ ବିଜେଡ଼ିରେ ଯୋଗଦାନ କଲେ ।

ବେଲଗୁଣ୍ଠା,୦୬/୦୧(ପିପିଟି): ବେଲଗୁଣ୍ଠା ବ୍ଲକ ବଡ଼ବୋର୍ସିଙ୍ଗ ପଂଚାୟତ ରେ ବିଭିନ୍ନ ପକଳ୍ପ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦ୍ଵାରା ଉଦଘାଟନ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା ବ୍ଲକ ବିଜେଡ଼ି ସାଧାରଣ ସମ୍ପାଦକ ଏସ ରାମେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ବିଜେଡ଼ି କର୍ମୀ ସମିଳନୀକୁ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ ଅଧକ୍ଷତା କରିଥିଲେ । ଏଥିରେ ନେଟଙ୍ଗା ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ଗୌଡ଼ ୨୫୦ ସହଯୋଗୀ କର୍ମୀ ବିଧିବଦ୍ଧ ଭାବେ ବିଜେଡ଼ି ଯୋଗଦାନ ସହ ବଡ଼ବୋର୍ସିଙ୍ଗ ପଞ୍ଚାୟତର ୮୦ ଜଣ ସ୍ଥାନୀୟ ସରପଞ୍ଚ ନେତୃତ୍ୱରେ ବିଜେଡ଼ି ଯୋଗଦେଇଥିଲେ । ବିଧାୟକ ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଫୁଲମାଳ ଦେଇ ଦଳକୁ ସ୍ୱାଗତ କରିଥିଲେ । ବ୍ଲକ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ଦଳୀୟ ପଦାଧିକାରୀ ଅତିଥି ରୂପେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ବକ୍ତବ୍ୟ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଗୋପବନ୍ଧୁ ଦାସ ଭିଡିଓ କନଫରେନ୍ସ ମାଧ୍ୟମରେ ଉପସ୍ଥିତ କର୍ମୀଙ୍କୁ ସମ୍ବୋଧିତ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ୨ ହଜାର ମହିଳା କର୍ମୀ ଯୋଗଦାନ ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା ।

Comments (0)
Add Comment