ବ୍ରହ୍ମପୁର,୧୪/୦୧(ପିପିଟି):ଫକୀର ମୋହନ ସେନାପତି ଓଡିଶା ସାହିତ୍ୟ ଜଗତ ର ଅମୁଲ୍ୟ ରତ୍ନ ଥିଲେ, ତାଙ୍କର ରଚିତ ଛ ମାଣ୍ ଆଣ୍ଠ ଗୁଣ୍ଠ, ରେବତୀ, ସୁନା ବୋହୁ, ଡାକ ମୁନୁସୀ, ଧୁଳିଆ ବାବା ଇତ୍ୟାଦି ଅନେକ ଉପନ୍ୟାସ ଆଜିବି ଅମୁଲ୍ୟ ରତ୍ନ ବୋଲି ଆଜି ପବିତ୍ର ମକର ସଙ୍କରାନ୍ତି ତାଙ୍କ ତିଥି ଅନୁଯାୟୀ ଜନ୍ମ ଜୟନ୍ତୀ ଅନ୍ତରଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ମହାନ ସଂଘ କାର୍ଯ୍ୟଳୟରେ ପାଳନ ଅବସରରେ ପ୍ରତିଷ୍ଠାନ ସଭାପତି ଶ୍ରଦ୍ଧାଞ୍ଜଳି ଦେବା ସହ ମାତବ୍ୟକ୍ତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାସିନୀ ପଣ୍ଡା, ପ୍ରକାଶ ଚନ୍ଦ୍ର ଭଜନୀ,ରିତାଞ୍ଜଳୀ ସ୍ୱାଇଁ, ପ୍ରଫୁଲ୍ଲ କୁମାର ପାତ୍ର,ପୁଷ୍ପାଞ୍ଜଳି ମହାପାତ୍ର, ଅଲେଖ ଦାସ,ନାରୟଣ ମାହାଙ୍କୁଡ,ଡ଼. ସୁରଜିତ ପାଣିଗ୍ରାହୀ,ଆଦିତ୍ୟ ନାରାୟଣ ରଥ,ତପନ ପଣ୍ଡାଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ଶେଷରେ ନିବେଦିତା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ ।