ବ୍ୟାସନଗର ପୌରପରିଷଦରେ ୧୦ ଗୋଟି ବିଦ୍ୟାଳୟରେ ୧୯ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଶୁଭ ଭିତିପ୍ରସ୍ତର ସ୍ଥାପନ ।

ଯାଜପୁର,୨୨/୧୦(ପିପିଟି): ବୁଧବାର କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଆକାଶ ଦାସନାୟକଙ୍କ କରକମଳରେ ବ୍ୟାସନଗର ପୌରପରିଷଦରେ ୧୦ ଗୋଟି ବିଦ୍ୟାଳୟରେ ୧୯ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରଥମେ ବିଧାୟକ ସକାଳ ୧୦.୩୦ ମିନିଟ୍‌ରେ ସନ୍ତରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଏକ ବିଶାଳ ପଟୁଆରରେ ୧୦ ଗୋଟି ବିଦ୍ୟାଳୟରେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ବିଧାୟକଙ୍କ ଆଞ୍ଚଳିକ ହାତପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅଟକଳରେ ସନ୍ତରା ପ୍ରାଥମିକ ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଅନୁଦାନ ହୋଇଅଛି । ତା’ପରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ୱାବଧାନରେ ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିରୁ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୧୫ ଲକ୍ଷ ଟଙ୍କା, ଏହି ବିଦ୍ୟାଳୟରେ ଖେଳସାମଗ୍ରୀ ପ୍ରଦାନ ନିମନ୍ତେ ୨ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଅତିରିକ୍ତ ଶ୍ରେଣୀଗୃହରେ ଆସବାବପତ୍ର ନିମନ୍ତେ ୪ ଲକ୍ଷ ଟଙ୍କା ଅନୁଦାନ ହୋଇଅଛି । ଯେଉଁ ବିଦ୍ୟାଳୟରେ ୧ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ତାହାର ଆସବାବପତ୍ର ସହିତ ମୋଟ୍ ୨୧ ଲକ୍ଷ ୧୧ ହଜାର ଟଙ୍କା ଅନୁଦାନ ହୋଇଅଛି । ଯେଉଁ ବିଦ୍ୟାଳୟରେ ୨ ଗୋଟି ଶ୍ରେଣୀଗୃହ ନିର୍ମାଣ ସହିତ ଆସବାବପତ୍ର ନିମନ୍ତେ ୪୦ ଲକ୍ଷ ୨୨ ହଜାର ଟଙ୍କା ଅନୁଦାନ ହୋଇଅଛି । ଯେଉଁ ବିଦ୍ୟାଳୟରେ ୪ ଗୋଟି ଶ୍ରେଣୀଗୃହ ନିର୍ମାଣ ସହିତ ଆସବାବପତ୍ର ନିମନ୍ତେ ୭୮ ଲକ୍ଷ ୪୪ ହଜାର ଟଙ୍କା ଅନୁଦାନ ହୋଇଅଛି । ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୪୦,୨୨,୦୦୦/-ଙ୍କା, ନୀଳକଣ୍ଠେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୪୦,୨୨,୦୦୦/-ଙ୍କା, ଡୋଲିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୪୦,୨୨,୦୦୦/-ଙ୍କା, ଶଶୀଭୂଷଣ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୭୮,୪୪,୦୦୦/-ଙ୍କା, ଚୁନଭାଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୨୧,୧୧,୦୦୦/-ଙ୍କା, କୋପଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୪୦,୨୨,୦୦୦/-ଙ୍କା, ବୀରମଣୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୪୦,୨୨,୦୦୦/-ଙ୍କା, ମୁଣ୍ଡମାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୪୦,୨୨,୦୦୦/-ଙ୍କା ଏବଂ ଜଗନ୍ନାଥ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ ଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଅଟକଳ ପରିମାଣ – ଟ.୨୧,୧୧,୦୦୦/-ଙ୍କା । ଏହି ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ଅଚ୍ୟୁତାନନ୍ଦ ଦାସ, ବ୍ୟାସଦେବ ମଣ୍ଡଳ ସଭାପତି, ରଶ୍ମିତା ରାଉତ, ମହିଳା ମୋର୍ଚ୍ଚା ସଭାପତି, ଜିତେନ୍ଦ୍ର କୁମାର ବେହୁରା, ଯୁବମୋର୍ଚ୍ଚା ସଭାପତି, ଚନ୍ଦ୍ରଶେଖର ପଣ୍ଡା, ନିରଞ୍ଜନ ଘଡାଇ, ପ୍ରଶାନ୍ତ ବୋଇତାଇ, ଅଯୋଧ୍ୟା ଜେନା, ମନୋଜ ବେହେରା ସ୍ୱର୍ଣ୍ଣପ୍ରଭା ନାୟକ, ଦିପ୍ତୀମୟୀ କୁଅଁର, ଆଶା ମହାନ୍ତି, ସଂଗୀତା ପ୍ରଧାନ, ରାଣୀ ସାମଲ, ନିବେଦିତା ଜେନା, ଗୀତା ନାୟକ, କାଉନସିଲର ଅଶୋକ କୁମାର ରାଉତ, ମଣିନ୍ଦ୍ର କୁମାର ସାହୁ, ଭରତ ଓଝା, ବିଶ୍ୱନାଥ ସେଠୀ, ଟୁନିଆ ନାୟକ, କୃଷ୍ଣଚନ୍ଦ୍ର ରାଉତ, ତାରିଣୀ ପ୍ରସାଦ ଦାସ, ସତ୍ୟବ୍ରତ ଜେନା, ଅଜିତ ସାମଲ, ଧନେଶ୍ୱର ବାରିକ, ପ୍ରିୟବ୍ରତ ରାଉତ, ସୁଚିତ୍ରା ଘଡାଇ, ରୁନୁ ଭୂୟାଁ, ଦିନବନ୍ଧୁ ନାୟକ, ପ୍ରଦୀପ ମହାନ୍ତି, ଗୌରାଙ୍ଗ ସାହୁ, ଅଭିରାମ ରାଉତରାୟ,ଚନ୍ଦନ ପରିଡା, ରାକେଶ ଜେନା, ପ୍ରିୟବ୍ରତ ସାହୁ, ସନ୍ଦୀପ ପରିଡା,ଚନ୍ଦନ ଜେନା, ଅଜିତ ପରିଡା,ଗୌରହରି ଦାସ, ରାଜେଶ ରାଉତ, ପ୍ରକାଶ ଜେନା, ବିଭୁତି ଭୂଷଣ ସାମଲ,ବ୍ରଜେଶ ରାଉତ, କଳିଙ୍ଗ ପହି, ମିଞ୍ଜୁନ ମହାନ୍ତି, ଦେବେନ୍ଦ୍ର ରାଉତ, ସୁନିଲ କୁମାର ବଳ, ଦିଲ୍ଲୀପ ମହାନ୍ତି, ମଇଉଦିନ୍ ଅନସାରୀ, ବାବଜୀ ମଲ୍ଲିକ, ଅଶୋକ ବାରିକ,ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment