କନ୍ଧମାଳ,୧୫/୦୩(ପିପିଟି): ୟୁନାଇଟେଡ ଫୋରମ ଅଫ ୟୁନିଅନ ପକ୍ଷରୁ ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଥିବାରୁ ଉପଭୋକ୍ତା ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି। ଆଜି କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିଥିବାରୁ ଧର୍ମଘଟ ସମ୍ପର୍କରେ ସୂଚନା ପାଇ ନ ଥିବା ଗ୍ରାମୀଣ ଲୋକେ ବ୍ୟାଙ୍କ ଶାଖାମାନଙ୍କରୁ ଫେରିଯାଇଥିଲେ। ଶନିବାର, ରବିବାର ବ୍ୟାଙ୍କ ବନ୍ଦ ଥିବା ବେଳେ ସୋମବାର ଓ ମଙ୍ଗଳବାର ମଧ୍ୟ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଉଠାଇବାକୁ ଚାହୁଁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ରାଇକିଆ, ଜି.ଉଦୟଗିରି, କ. ନୂଆଗାଁ,ଦାରିଙ୍ଗବାଡି, ବାଲିଗୁଡା ଭଳି ଆଦି ସ୍ଥାନରେ ଧର୍ମଘଟ କାରଣରୁ ବ୍ୟାଙ୍କ ବନ୍ଦ ରହିବା ଯୋଗୁଁ ସାଧାରଣ ଉପଭୋକ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)