ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟଙ୍ଗ ଦିବସ ଓ କ୍ରୀଡ଼ା,ସାଂସ୍କୃତିକ କାର୍ଯ୍ୟକ୍ରମ ।

ସିମୁଳିଆ,୦୩/୧୨:ମଙ୍ଗଳବାର ଦିନ ସ୍ଥାନୀୟ ରଘୁନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବିଜୁପଟ୍ଟନାୟକ କ୍ରୀଡାଙ୍ଗନରେ ସିମୁଳିଆ ବ୍ଳକ ଶିକ୍ଷାଅଧିକାରୀ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟଙ୍ଗ ଦିବସ ଓ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଶିକ୍ଷାଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ ଓ ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ଅଜୟ କୁମାର ପଣ୍ଡା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ମାଝି ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ଓ ସଙ୍ଗୀତ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦୌଡ଼,ଦୌଡ଼,ନୃତ୍ୟ, ସଙ୍ଗୀତ,କଳା, ଚିତ୍ରାଙ୍କନ ଓ ମ୍ୟୁଜିକ ଚେୟାର ଆଦି ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗର ୧୨ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାରେ ବିଆରପି ବିଶ୍ବମ୍ବର ପଣ୍ଡା, ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ରବିନାରାୟଣ ପଣ୍ଡା ଅତିଥି ମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ । ସେହିପରି ସିଆରସିସି ରତ୍ନାକର ବାରିକ,ଶତୃଘ୍ନ ଦତ୍ତ ଓ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ପାଣିଗ୍ରାହୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ । ଶେଷରେ ବିଆରପି ରମାକାନ୍ତ ସେଠି ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ପ୍ରତିଯୋଗୀତାକୁ କ୍ରୀଡ଼ା ଶିକ୍ଷକ ଚନ୍ଦ୍ର ଶେଖର ବେହେରା, ଗୌର ମୋହନ ସିଂ, ପ୍ରିୟଙ୍କା ମିଶ୍ର ଓ ସ୍ୱପ୍ନେଞ୍ଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment