ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ସମାଧାନ ଆଲୋଚନା ଚକ୍ର।

ବୋଲଗଡ,୨୨/୦୯(ପିପିଟି):ବୋଲଗଡ ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଓ ନବକିଶୋର ପଟ୍ଟନାୟକଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ଓ ସମାଧାନ ଆଲୋଚନା ଚକ୍ର ସ୍ଥାନୀୟ ଅବସର ପ୍ରାପ୍ତ କର୍ମଚାରୀ ସଂଙ୍ଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥିଭାବେ ଓଡିଶା ମୋ ପରିବାରର ଅଧକ୍ଷ ଅରୂପ କୁମାର ପଟ୍ଟନାୟକ, ମୁଖ୍ୟବକ୍ତାଭାବେ ବରିଷ୍ଠ ସମାଜସେବୀ ତଥା ବିଜେଡି ସଙ୍ଗଠକ ବ୍ରଜବନ୍ଧୁ ସୁବୁଦ୍ଧି ଓ ସଂମାନିତ ଅତିଥିଭାବେ ଶିକ୍ଷାବିତ ପ୍ରଫୁଲ କୁମାର ମହାପାତ୍ର, ସୁମନ୍ତ ଛୋଟରାୟ, ଗୋପୀନାଥ ଖାଡ଼ଙ୍ଗା ପ୍ରମୁଖ ଯୋଗଦେଇଥିଲେ l ଆଲୋଚନା ଚକ୍ରର ପ୍ରାରମ୍ଭରେ ନବକିଶୋର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ରବୀନ୍ଦ୍ର କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରି ଆଲୋଚନାଚକ୍ରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଓ ମୁଖ୍ୟବକ୍ତା ଶ୍ରୀ ସୁବୁଦ୍ଧିଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଦିତ କରାଯାଇଥିଲା l ଏହି ଆଲୋଚନା ଚକ୍ରରେ ବୋଲଗଡ ବ୍ଲକର ୧୯ଟି ଗ୍ରାମପଞ୍ଚାୟତରୁ ଗୀତାଞ୍ଜଳି ମହାପାତ୍ର, ସେବତୀ ପରିଡା, ଲଛମନ ପରିଡାଙ୍କ ସମେତ ବହୁ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ।ବୃଦ୍ଧବସ୍ଥାରେ ବରିଷ୍ଠ ନାଗରିକ ମାନଙ୍କର ପାରିବାରିକ ସମସ୍ୟା, ନିଜର ସୁରକ୍ଷା, ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟପାନୀୟର ସମସ୍ୟା ଓ ବଞ୍ଚିରହିବା ସମସ୍ୟା ସମ୍ପର୍କରେ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଉଚିତ ପରାମର୍ଶ ଦେଇଥିଲେ l ବରିଷ୍ଠ ନାଗରିକମାନଙ୍କୁ ରାଜ୍ୟସରକାର ଓ ପୁଲିସ ବାହିନୀ ସହଯୋଗ କରିବାକୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।ପରିଶେଷରେ ବାଲ୍ମୀକି ବଳିୟାରସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment