ବ୍ଲକ ସ୍ତରୀୟ ବନାଗ୍ନି ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ।

ପୋଲସରା ,୧୪/୦୨(ପିପିଟି): ଆଜି ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର କସିପଡା ସ୍ଥିତ ମାଁ ସିଂହାସନୀଙ୍କ ଶକ୍ତିପୀଠ କଲ୍ୟାଣ ମଣ୍ଡପ ଠାରେ ବ୍ଳକ ସ୍ତରୀୟ ବନାଗ୍ନି ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପୋଲସରା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ସଚେତନତା ଶିବିରରେ ମୁଖ୍ୟଅତିଥି ଭାବେ ଦକ୍ଷିଣ ଘୁମୁସର ବନ ଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଏସିଏଫ ପ୍ରଦିପ କୁମାର ବେହେରା, ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୂୟାଁ, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୁର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶୁଳପାଣି ଶତପଥୀ, ପୀତବାସ ପ୍ରଧାନ, ସୁରେଶ ସ୍ବାଇଁ, ରବିନ୍ଦ୍ର ନାୟକ , ଶ୍ରୀଧର ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ ବନାଗ୍ନି ଦାଉରୁ ଜଙ୍ଗଲର ସୁରକ୍ଷା, ବନ୍ୟପ୍ରାଣୀମାନଙ୍କ ସୁରକ୍ଷା, ପରିବେଶ ସୁରକ୍ଷା ଉପରେ ସମସ୍ତ ଅତିଥି ବୃନ୍ଦ ନିଜ ନିଜର ସୁଚିନ୍ତିତ ମତ ପ୍ରକାଶ କରିବା ସହ ମୁଣ୍ଡ ପିଛା ଗଛଟିଏ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ପରେ ବନାଗ୍ନି ପ୍ରତିରୋଧ ସହ ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା ପ୍ରଭୃତି ବିଷୟ ଉପରେ ଲୋକନୃତ୍ୟ ଏଵଂ ଦାସକାଠିଆ ମାଧ୍ୟମରେ ଜନସଚେତନତା କରାଯାଇଥିଲା। ଏହି ସଚେତନ କାର୍ଯ୍ୟକ୍ରମରେ ପୋଲସରା ବନାଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment