ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ମାସିକ ବୈଠକ ।

ପୋଲସରା ,୨୧/୦୯(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ଙ୍କ ମାସିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ପୋଲସରା ଗୋଷ୍ଠି ଶିକ୍ଷା ଅଧିକାରି ପିଣ୍ଟୁ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥଲେ । ଏଥିରେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପ୍ରଧାନ ସଭାପତି କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ଓ ପର୍ଶୁରାମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ମାନେ ହେଲେ ଅନିତା ସାହାଣୀ, ସଞ୍ଜିତା କୁମାରୀ ପ୍ରଧାନ, ପ୍ରଶ୍ନ କୁମାର ପ୍ରଧାନ, ଉମା ଶଙ୍କର ଦାସ, ପ୍ରମୋଦ କୁମାର ପଣ୍ଡା, ରଞ୍ଜନ କୁମାର ସାହୁ,ନିକୁଞ୍ଜ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ଗୋଷ୍ଠି ଶିକ୍ଷା ଅଧିକାରି ବିଗତ ମାସିକ କାର୍ଯ୍ୟାବଳୀ ର ପ୍ରୋଗ୍ରେସ ସହିତ ଆଗାମୀ ମାସର ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ପୁଖନୁମୁଖ ଆଲୋଚନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷିକା , କର୍ମଚାରୀ ଓ ବିଦ୍ୟାର୍ଥୀ, ଅଭିଭାବକ ଉପସ୍ଥିତ ରହି ସହଯୋଗ କରିଥିଲେ । ପୋଲସରା ବ୍ଲକ ର ୨୯ଟି ଗୋଟି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଦୟାନିଧି ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment