ବ୍ଲକ କରିଥିବା ରୋଷେଇ ଶାଳ କାର୍ଯ୍ୟକୁ ଭାଙ୍ଗିଲା ଏନ୍ଏସି,ସାମାନ୍ୟ ବର୍ଷାରେ ଭିତରେ ପାଣି;ଭକ୍ତଙ୍କ ଅସନ୍ତୋଷ ।

ବ୍ରହ୍ମପୁର,୩୦/୧୦(ପିପିଟି):କୋଦଳା ଦଣ୍ଡିଶ୍ୱର ମନ୍ଦିର ରେ ବ୍ରାହ୍ମଣ ଭୋଜନ ପାଇଁ ନିର୍ମାଣ ହୋଇଥିବା ରୋଶେଇ ଶାଳ ର ଅବ୍ୟବସ୍ଥା ପାଇଁ ଭକ୍ତଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।ଭକ୍ତ ଏବଂ ସେବାୟତଙ୍କ ଅନୁରୋଧ ରକ୍ଷାକରି ପୂର୍ବତନ ବିଧାୟକ,ଓଡିଶା ସରକାରଙ୍କ ପାଣ୍ଠିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ବେଗୁନିଆପଡା ପଞ୍ଚାୟତ ସମିତି ଦ୍ୱାରା ବିଭାଗୀୟ ଯନ୍ତ୍ରୀଙ୍କ ପ୍ଲାନ ପ୍ରକାରେ ପ୍ରାୟ ୯ ଲକ୍ଷ ବ୍ୟୟ ବରାଦରେ ତିନି ଥାକିଆ ରୋଷେଇ ଘର ନିର୍ମାଣ କରାଯାଇଥିଲା, ଯାହାଫଳରେ ଗୋଟିଏ ବିଶ୍ୱଶାନ୍ତି ମହାଯଜ୍ଞ ସମେତ ବ୍ରାହ୍ମଣ ଭୋଜନ ମଧ୍ୟ ହୋଇଆସୁଥିଲା । କିନ୍ତୁ କୋଦଳା ଏନ୍ଏସି ଏହି ତିନି ଥାକିଆ ଘରକୁ ଭାଙ୍ଗି ବର୍ତ୍ତମାନ ସେହି ଟିଣ ରେ ଗୋଟିଏ ଥାକ ରେ କାର୍ଯ୍ୟ କରିଛନ୍ତି । ପୁରୁଣା ଟିଣ ହେତୁ ଅଧିକାଂଶ ଜାଗାରେ ଟିଣ ରେ କଣା ରହି,ବର୍ଷା ଜଳ ବାହାର ଅପେକ୍ଷା ଭିତରେ ଅଧିକା ପଡୁଛି । ଯାହାଫଳରେ ବ୍ରାହ୍ମଣ ଭୋଜନ ରୋଷେଇ କରିନପାରି ଭକ୍ତ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯେତେବେଳେ ବ୍ଲକ ଏହି କାର୍ଯ୍ୟ କରୁଥିଲା ସେତେବେଳେ ବି ବର୍ତ୍ତମାନର କୋଦଳା କାଉନସିଲ ଥିଲା ଏବଂ ଅଧ୍ୟକ୍ଷ ମଧ୍ୟ । କିନ୍ତୁ ବର୍ତ୍ତମାନ କାହିଁକି କରାଯାଇଥିବା ବ୍ଲକ କାର୍ଯ୍ୟକୁ ଏନ୍ଏସି ହାତକୁ ନେଇ ମନ୍ଦିର ଭଳି ପବିତ୍ର ଜାଗାକୁ ଏମିତି କରାଗଲା,କଣ ବ୍ଲକ ଯନ୍ତ୍ରୀଙ୍କ ଡିଜାଇନ ଭୁଲ ଥିଲା କି ? ଯଦି ଭୁଲ ଥିଲା କୋଦଳା ଏନ୍ଏସି ଏହାର ପ୍ରତିବାଦ କାହିଁକି କଲେ ନାହିଁ, ଏହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଙ୍କିମାରୁଛି । ଏଣୁ ଭକ୍ତଙ୍କ ଭାବାବେଗକୁ ଆଖିଆଗରେ ରଖି ତୁରନ୍ତ ଟିଣ ଗୁଡିକର ଛିଦ୍ର ବନ୍ଦ କରିବା ସହିତ ବକେୟା କାର୍ଯ୍ୟ ଶେଷ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରି ଭକ୍ତଙ୍କ ଆବଶ୍ୟକତାକୁ ପୁରଣ କରିବାକୁ ସାଧାରଣ ରେ ଦାବୀ ହେଉଛି ।

Comments (0)
Add Comment