ବ୍ରାହ୍ମଣ ପଦର ହତ୍ୟା ଘଟଣାରେ ବାପ ପୁଅ ଗିରଫ ।

ଭଞ୍ଜନଗର, ୨୮/୦୪(ପିପିଟି):ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଥିଲା।ଘଟଣାର ୨୪ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତ ବାପା ଓ ବଡ଼ ଭାଇ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ମୃତକ ହେଲେ ବଳରାମ ଗୌଡ (୩୫)।
ଘଟଣାରୁ ପ୍ରକାଶ ଯେ, ବଳରାମ ଭଞ୍ଜନଗରରେ ସ୍ତ୍ରୀ ଏବଂ ଛୁଆଙ୍କୁ ନେଇ ରହୁଥିଲେ। ଭଞ୍ଜନଗରରେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ଶନିବାର ରାତିରେ ବଳରାମ କୌଣସି କାମରେ ଗ୍ରାମକୁ ଆସିଥିଲେ। ମା’ ବାପା ରହୁଥିବା ଘରେ କିଛି ସମୟ ରହିବା ପରେ ପରିସ୍ରା କରିବାକୁ ଯାଉଛି କହି ବାହାରକୁ ଆସିଥିଲେ। ଏହାପରେ ବଡ ଭାଇଙ୍କ ପାଖକୁ ଯାଇଥିବା ବେଳେ ତାଙ୍କସହ କୌଣସି କାରଣରୁ ଘର ସମ୍ମୁଖରେ ବଚସା ହୋଇଥିଲା। ଏହାପରେ ବଡ ଭାଇ ଏବଂ ଅନ୍ୟମାନେ ତାକୁ ଗାଁ ଦାଣ୍ଡର ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ତାଙ୍କ ମା’ ଜାଣିବା ପରେ ସାନପୁଅକୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ସେତେବେଳକୁ ପୁଅଙ୍କ ମୃତ୍ୟୁ ଘଟିଥିଲା। ଏନେଇ ରବିବାର ସକାଳେ ବଳରାମଙ୍କ ସ୍ତ୍ରୀ ସୁମିତ୍ରା ମଲ୍ଲିକ ଜାଣିବା ପରେ ଗ୍ରାମରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ତାରସିଂ ପୋଲିସ କେସ ନଂ ୧୭୯/୨୫ରେ ବାପା ଶଙ୍କର ଗୌଡ଼ ଓ ତାଙ୍କ ବଡ଼ପୁଅକୁ ଗିରଫ କରିଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment