ବ୍ରାହ୍ମଣୀଗାଁ ଥାନା ପୋଲିସ ଗାଁ ଲୋକଙ୍କ ଆକ୍ରମଣ,ଗିରଫ ଭୟରେ ଗାଁରେ ତାଟି କବାଟ।

ଫୁଲବାଣୀ, ୦୩/୧୧(ପିପିଟି);କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୋଲିସ ରାତ୍ରିକାଳୀନ ପେଟ୍ରୋଲିଂ ବେଳେ ମେରାମାହା ଗ୍ରାମରେ ଜୁଆ ଆଡା ଉପରେ ଚଢ଼ାଉ କରିବା ଓ ପର ମୁହୂର୍ତ୍ତରେ ପେଟ୍ରୋଲିଂ ସାରି ସେହି ଗାଁ ଦେଇ ଫେରୁଥିବା ବେଳେ ପୋଲିସ ଉପରକୁ ସଂଘବୋଧ ଆକ୍ରମଣ ହୋଇଥିବା ଏଥିରେ ପୋଲିସ ଗାଡି ଭଙ୍ଗାରୁଜା ସହ ଥାନା ଅଧିକାରୀ ରଞ୍ଜନ କୁମାର ମୁନୀଙ୍କୁ ନିସ୍ତୁକ ମାଡ ମାରିଥିବା ପୋଲିସ କହୁଥିବା ବେଳେ ଏନେଇ ପୋଲିସ ୬ ଜଣ ମହିଳା ସମେତ ୧୨ ଜଣଙ୍କୁ ଗିରଫ କରିଛି । ପୋଲିସ ଗିରଫ ଭୟରେ ଗାଁଟି ବର୍ତ୍ତମାନ ଜନଶୂନ୍ୟ ହୋଇପଡିଛି । ପୋଲିସର ଅଭିଯୋଗକୁ ଭୁଲ ବୋଲି ଦାବି କରୁଛନ୍ତି ଅଞ୍ଚଳ ବାସୀ ଗାଁରେ ଏକ ପାରମ୍ପାରିକ ଭୋଜି ଚାଲିଥିବା ବେଳେ ଗହଳି ଥିଲା ସାଧା ପୋଷାକରେ ପୋଲିସ ହଟାତ ଜୁଆ ଆଡା ଭାବି ଆକ୍ରମଣ କଲା ଓ ଚାଲିଗଲେ । ମୁହଁରେ ମାସ୍କ ପିନ୍ଧିଥିବାରୁ ଓ ସାଧା ପୋଷାକରେ ଥିବାରୁ ପୋଲିସ ବୋଲି ଗାଁ ଲୋକ ଜାଣିପାରିନଥିଲେ ଏହିମାନେ କିଛି ଭିନ୍ନ ଗୋଷ୍ଠି ଭାବି ଗାଁ ଲୋକ ଆକ୍ରମଣ କରିଥିବା ନେଇ ମତ ରଖୁଛନ୍ତି ଗାଁ ଲୋକେ । ଏନେଇ ଗତ କାଲି ଅଞ୍ଚଳର ଲୋକ ପ୍ରତିନିଧି ଓ ପୋଲିସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ଏହାର ସଭାପତିତ୍ୱ କରିଥିବା ବେଳେ ଆସନ୍ତା ବୁଧୁବାର ଦିନ ଏକ ପ୍ରତିନିଧି ଦଳ ଯାଇ କନ୍ଧମାଳ ଏସ.ପି ଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଅଧ୍ୟକ୍ଷ । ଏହି ଘଟଣାର ସତ୍ୟା ସତ୍ୟକୁ ଉଚ୍ଚସ୍ତରୀୟ ତଦନ୍ତ କରି ସତକୁ ଲୋକ ଲୋଚନକୁ ଆଣିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି । ପୋଲିସ କାର୍ଯ୍ୟକଳାପ ପ୍ରତି ଜଣ ସାଧାରଣଙ୍କର ପୁଞ୍ଜିଭୁତ ଅସନ୍ତୋଷର ଏହା ଏକ ବିସ୍ଫୋରଣ ବୋଲି କିଛି ମତ ରଖିଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ଦାବି ହୋଇଛି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Comments (0)
Add Comment