ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ତରଫରୁ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସକାଶେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର, ୨୧/୦୮(ପିପିଟି): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ବୁଧବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଗୋପାଳପୁର, ରାମଚନ୍ଦ୍ରପୁର ତଥା ଆମ୍ବଗଡସ୍ଥ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଆଧ୍ୟାତ୍ମିକ ଉତଥାନ ନିମନ୍ତେ ଏକ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନ୍ତେବାସୀଙ୍କ ଆତ୍ମସମ୍ମାନ ବଜାୟ ରଖିବା ସହ ସମୃଦ୍ଧ ଜୀବନର ଅନୁଭବ ତଥା ସକାରାତ୍ମକ କାର୍ଯ୍ୟରେ ମନୋନିବେଶ ସକାଶେ ସେମାନଙ୍କୁ ବ୍ରହ୍ମପୁର ସବଜୋନ ସଞ୍ଚାଳିକା ତଥା ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ପ୍ରେରଣା ପ୍ରଦାନ କରିଥିଲେ । ରିଟ୍ରିଟ ସେଣ୍ଟରର ଶାନ୍ତ ବାତାବରଣ, ସୁନ୍ଦର ବଗିଚା ତଥା ସନ୍ତୁଳିତ ପୌଷ୍ଟିକ ବ୍ରହ୍ମାଭୋଜନ ସେମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ତତ୍ ସହ ସେମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଯେପରି ଆତ୍ମାର ପରିଚୟ, ସର୍ବ ଆତ୍ମାଙ୍କ ପିତା ପରମାତ୍ମା, ତାଙ୍କରି କର୍ତ୍ତବ୍ୟ, ଦିବ୍ୟ ଅବତରଣର ସମୟ, ରାଜଯୋଗର ସ୍ତମ୍ଭ, ଆଧାର, ବିଧି ଏବଂ ପ୍ରାପ୍ତି ସମ୍ପର୍କରେ ସମ୍ୟକ୍ ଜ୍ଞାନ ପ୍ରଦାନ କରାଯାଇଥିଲା । ଏପରି କାର୍ଯ୍ୟକ୍ରମ ଦ୍ବାରା ସେମାନଙ୍କୁ ଏକ ସଜ୍ରିୟ ଜୀବନ ଶୈଳୀ ସହ ନିଜ ଅବଶିଷ୍ଟ ଜୀବନର ପ୍ରତିଟି ମୁହୂର୍ତ୍ତର ଆନନ୍ଦ ପ୍ରାପ୍ତି ସହ ଏକ ମୂଲ୍ୟ ସମ୍ପନ୍ନ ଜୀବନଯାପନର ଶିକ୍ଷା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବୃଦ୍ଧାଶ୍ରମର ପ୍ରାୟ ୪୪ ଜଣ ଅନ୍ତେବାସୀ ଲାଭାନ୍ବିତ ହୋଇଥିଲେ।

Comments (0)
Add Comment