ବ୍ରହ୍ମପୁର,୨୦/୧୨(ପିପିଟି ): ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ସ୍ଥାନୀୟ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟର ଠାରେ ତ୍ରିଦିବସୀୟ ବିଶ୍ଵ ଧ୍ୟାନ ଦିବସ ପାଳନ ଅବସରରେ “ଆଧୁନିକ ଜୀବନରେ ଧ୍ୟାନର ସମାବେଶ’’ ଶୀର୍ଷକ ଏକ ମହାସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି ା ଉକ୍ତ ମହାସମ୍ମିଳନୀକୁ ମୁଖ୍ୟ ଅତିଥି ଗୋଳାବନ୍ଧ Army AD, Collegeର Lt.Commandant ଙ୍କ ସହଧର୍ମିଣୀ ତଥା ମହିଳା କଲ୍ୟାଣ ଅନୁଷ୍ଠାନର ଅଧ୍ୟକ୍ଷା ଭଗ୍ନୀ ଅସୀମା ଶ୍ରୀକାନ୍ତ, ଅନ୍ୟ ଅତିଥିଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ ଦ୍ୱାରା ଉଦ୍ଘାଟନ ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମୟରେ ଆମେ ନିଜକୁ ସର୍ବଦା ବ୍ରହ୍ମଲୋକରୁ ଆସି ଏହି ଦୁନିଆରେ ଅଭିନୟ କରୁଥିବା ଏକ ଚୈତନ୍ୟ ଦିବ୍ୟଶକ୍ତି ଆତ୍ମା ଅନୁଭବ କରି ପରମାତ୍ମାଙ୍କ ସହ ବୁଦ୍ଧି ଯୋଗ ସ୍ଥାପନ କରିବା ହିଁ ବିଶ୍ଵ ଧ୍ୟାନ ଦିବସ ପାଳନର ଉଦ୍ଦେଶ୍ୟ ଅଟେ| ଏହାଦ୍ଵାରା ହିଁ ସ୍ଵ-ପରିବର୍ତ୍ତନ ମାଧ୍ୟମରେ ବିଶ୍ଵ ପରିବର୍ତ୍ତନ ସମ୍ଭବ ହୋଇପାରିବ ା ଏଥି ସକାଶେ ଆମେ ନିଜ ମନର ସଜାଗତା ପୂର୍ବକ ପ୍ରତିଦିନ କିଛି ସମୟ ବିନିଯୋଗ କରି ସମାଜର କଲ୍ୟାଣ ସାଧନ କରିବା ଉଚିତ ା ମୁଖ୍ୟବକ୍ତା ରୂପେ ବ୍ରହ୍ମାକୁମାରୀସ୍ ସେଣ୍ଟ ପିଟରରସ୍ବର୍ଗ, ରୂଷ ସେବା କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷ ଦିଦିଜୀ ଆଲୋଚ୍ୟ ବିଷୟ ସମ୍ପର୍କରେ କହିଥିଲେ ଯେ- ପରମପିତା ପରମାତ୍ମାଙ୍କ ସହ ଯୋଗ ବା ସମ୍ୱନ୍ଧ ମାଧ୍ୟମରେ ମନକୁ ଏକାଗ୍ର କରି ବିଚାରକୁ ଶାନ୍ତ କରିବା ତଥା ପ୍ରତିଦିନ ସଜାଗତାର ଅଭିବୃଦ୍ଧି ସକାଶେ ମାର୍ଗପ୍ରଦର୍ଶନ କରିଥିଲେ। ତତ୍ସହ ଶାନ୍ତି, ସ୍ପଷ୍ଟତା ତଥା ଭାବନାମକ ସ୍ଥିରତା ପ୍ରାପ୍ତି ସକାଶେ ପରମାତ୍ମା ଙ୍କ ସହ ନିଜ ବିଚାରକୁ କେନ୍ଦ୍ରିଭୂତ କରାଯିବାର ବିିଭନ୍ନ ଉପାୟ ଅନୁଭବ କରାଇଥିଲେ ଏବଂ ନିଜ ମନରୂପି ଘୋଡାକୁ ଆୟତ୍ତ କରି ବୁଦ୍ଧିକୁପରମାତ୍ମାଙ୍କ ପ୍ରତି ଆକର୍ଷିତ କରାଯାଇପାରିବବୋଲି ସୂଚାଇଥିଲେ ା ବ୍ରହ୍ମାକୁମାରୀସ୍ ବ୍ରହ୍ମପୁର ସବ୍ ଜୋନ୍ ସଂଚାଳିକା ତଥା ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା ଦିଦି ନିଜ ଆର୍ଶିବଚନରେ କହିଥିଲେ ସେ ଧ୍ୟାନ ଦ୍ଵାରା ମନକୁ ଅନ୍ତର୍ମୁଖୀ କରାଇ ଉପନ୍ନ ହେଉଥିବା ବିଚାରକୁ କିଚଇ ସମୟ ନିରୀକ୍ଷଣ କରିବା ଦ୍ଵାରା ଏହାକୁ ଶାନ୍ତ କରିହେବ ଏବଂ ଏହି ମାଧ୍ୟମରେ ହିଁ ବିଶ୍ଵଶାନ୍ତି ସ୍ଥାପନ ଉଦ୍ଦେଶ୍ୟ ସାଧିତ ହୋଇପାରିବ ା ବ୍ରହ୍ମାକୁମାରୀସ୍ ଜଗନ୍ନାଥପ୍ରସାଦ ସେବା କେନ୍ଦ୍ର ସଂଚାଳିକା ଭଗ୍ନୀ ଅର୍ଚ୍ଚନା ସ୍ଵାଗତ ସଂଭାଷଣ, ସଂସ୍ଥା ପରିଚୟ ପ୍ରଦାନ ପୂର୍ବକ ସଭା କାର୍ଯ୍ୟ ସୁପରିଚାଳନା କରିଥିଲେ ଏବଂ ପରିଶେଷରେ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ା ବ୍ରହ୍ମାକୁମାରୀସ୍ ଅନ୍ତରାଷ୍ଟ୍ରୀୟ ମୁଖ୍ୟାଳୟ, ଶାନ୍ତିବନସ୍ଥ ମଧୁରବାଣୀ ସଙ୍ଗଠନର ଭଗ୍ନୀ ଅର୍ଚ୍ଚନା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ା ପ୍ରାତଃ ଅଧିବେଶନରେ ଶାନ୍ତିକୁଣ୍ଡ ପ୍ରାଙ୍ଗଣରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ଯେଉଁଥିରେ ଭଗ୍ନୀ ସନ୍ତୋଷ ନିଜ ବକ୍ତବ୍ୟରେ ବର୍ତ୍ତମାନ ସମଗ୍ର ବିଶ୍ଵରେ ଚିନ୍ତା, ହିଂସା, ଇର୍ଷା, କଳହ, ଦ୍ଵନ୍ଦ ତଥା ଯୁଦ୍ଧର ପରିବେଶ ସୃଷ୍ଟି ହୋଇଥିବା ସମୟରେ ଆମେ ସମସ୍ତେ ବିଶ୍ଵରେ ଶାନ୍ତି, ସୁରକ୍ଷା, ନିରାପତ୍ତା ତଥା ସର୍ବଧର୍ମ ସମନ୍ୱୟ ଭାବ ସ୍ଥାପନର ପ୍ରୟାସ ଜାରି ରଖିବାକୁ କହିଥିଲେ ା ଏଥି ସକାଶେ ସେ ସାମ୍ୱାଦିକ ମାନଙ୍କର ସକ ରାତ୍ମକ ବିଚାର ଲେଖନୀ ମାଧ୍ୟମରେ ପରିଚାଳନା କରିବା ସକାଶେ ସଚେତନ କରାଇଥିଲେ ା ଏହି ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁରସ୍ଥ Print, Electronic ଏବଂ Social Media ର ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।