ଭଞ୍ଜନଗର, ୧୫/୧୧(ପିପିଟି) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର, ଶାନ୍ତିସ୍ରୋତ ଭବନରେ ବିଶ୍ବ ମଧୁମେହ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ବି. ପ୍ରଣବାନନ୍ଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଧୁମେହ ରୋଗର କାରଣ ଓ ଏହାର ନିରାକରଣ ସଂପର୍କରେ ବହୁ ମୂଲ୍ୟବାନ ତଥ୍ୟ ଅବଗତ କରାଇଲେ । ସମ୍ମାନୀତ ଅତିଥି ରୂପେ ସିମାଞ୍ଚଳ ଡାକୁଆ ଓ ନିବେଦିତା ପାତ୍ର ମଞ୍ଚରେ ଉପସ୍ଥିତ ଥିଲେ ।ସହଜ ରାଜଯୋଗ ଓ ଈଶ୍ବରୀୟ ଜ୍ଞାନ ସମସ୍ତ ମାନସିକ ଓ ଶାରିରୀକ ରୋଗରୁ ଆରୋଗ୍ୟ ହେବାର ମୂଳ ବିନ୍ଦୁ ବୋଲି ଅନୁଷ୍ଠାନର ସଞ୍ଚାଳିକା ସନ୍ତୋଷିନୀ ଦେବୀ ନିଜ ଅନୁଭୂତିର ବାର୍ତ୍ତା ଉପସ୍ଥାପନା କରିଥିଲେ। ବ୍ରହ୍ମା କୁମାର ବୈକୁଣ୍ଠ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ଆଶ୍ରମର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)