ବ୍ରହ୍ମପୁର ରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ।

ବ୍ରହ୍ମପୁର,୦୫/୦୧(ପିପିଟି): ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିକ୍ରେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଉପସ୍ଥିତ ରହି ଜନ ସାଧରଣଙ୍କ ଅଭିଯୋଗ ଶୁଣିଥିଲେ । ଆଜିର ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ସ୍ବାସ୍ଥ୍ୟ,ଶିକ୍ଷା,ସାମାଜିକ ସୁରକ୍ଷା ଭତ୍ତା, ଜମି,ରାସନ୍ କାର୍ଡ ,ରାସ୍ତା ଇତ୍ୟାଦି । ସମୁଦାୟ ୧୩୨ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୨ଟି ଓ ଗ୍ରାମ ଭିତିକ ସମସ୍ୟା ୧୦ଟି ରହିଥିବାବେଳେ ୨ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା । ରେଡକ୍ରସ ତରଫରୁ ୮ ଜଣଙ୍କୁ ୨୭,୫୦୦ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି ଶୁଣାଣିରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡ ର ବିଡ଼ିଓ ଓ ତହସିଲଦାର ଉପସ୍ଥିତ ରହିଥିଲେ ।

Comments (0)
Add Comment