ବ୍ରହ୍ମପୁର ରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ।

ବ୍ରହ୍ମପୁର,୦୧/୦୯(ପିପିଟି): ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆଇ ଏ ଏସ ପ୍ରବେସନ୍ ମ୍ରିଣାଲିକା ରାଠୋର ଉପସ୍ଥିତ ରହି ଜନ ସାଧରଣଙ୍କ ଅଭିଯୋଗ ଶୁଣିଥିଲେ । ଆଜିର ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ସ୍ବାସ୍ଥ୍ୟ, ଶିକ୍ଷା,ସାମାଜିକ ସୁରକ୍ଷା ଭତା,ଜମି, ଶ୍ରମିକ କାର୍ଡ,ରାସନ୍ କାର୍ଡ,ରାସ୍ତା ଇତ୍ୟାଦି । ସମୁଦାୟ ୧୭୫ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୫୦ଟି ଓ ଗ୍ରାମ ଭିତିକ ସମସ୍ୟା ୧୩ଟି ରହିଥିବାବେଳେ ୩ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା । ରେଡକ୍ରସ ତରଫରୁ ୯ ଜଣଙ୍କୁ ୮୩,୫୦୦ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି ଶୁଣାଣିରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡର ବିଡ଼ିଓ ଓ ତହସିଲଦାର ଉପସ୍ଥିତ ରହିଥିଲେ । ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାର ପଞ୍ଜିକରଣ ଅବଧି ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଡ଼ ପୃଷ୍ଟିଙ୍କ ଜରିଆରେ ପ୍ରଦାନ କରିଥିଲେ ।

Comments (0)
Add Comment