ବ୍ରହ୍ମପୁର ମହାନଗର ବିଜେଡିର ସାଧାରଣ ସମ୍ପାଦକ ହେଲେ ସୁଧୀର କୁମାର ପାତ୍ର।

ବ୍ରହ୍ମପୁର, ୦୫/୧୧(ପିପିଟି): ଆଗାମୀ ପୌର ପରିଷଦ ନିର୍ବାଚନକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଗର ଓ ସହର ପାଇଁ ବିଜେଡିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବ୍ରହ୍ମପୁର ମହାନଗର କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଯାଇଛି। ବ୍ରହ୍ମପୁର ମହାନଗର ବିଜେଡି ସାଧାରଣ ସମ୍ପାଦକ ଭାବରେ ସୁଧୀର କୁମାର ପାତ୍ରଙ୍କୁ ଦାୟୀତ୍ବ ଦିଆଯାଇଛି। ଶ୍ରୀ ପାତ୍ର ଗଞ୍ଜାମ ଓକିଲ ସଂଘର ସହ ସମ୍ପାଦକ ମଧ୍ଯ ରହିଛନ୍ତି। ସେହିଭଳି ପୂର୍ବତନ ଛାତ୍ର ନେତା ନଳୀନିକାନ୍ତ ଦେବଦର୍ଶୀଙ୍କୁ ମଧ୍ଯ ସାଧାରଣ ସମ୍ପାଦକ ଭାବରେ ଦାୟୀତ୍ବ ଦିଆଯାଇଛି। ନୂତନ ଦାୟୀତ୍ବ ମିଳିଥିବାରୁ ସୁଧୀର କୁମାର ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ସାଂସଦ ଚନ୍ଦ୍ର ଶେଖର ସାହୁ,ଗଞ୍ଜାମ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments (0)
Add Comment