ବ୍ରହ୍ମପୁର ଡିଭିଜନର ପ୍ରଥମ ଫାଇବଷ୍ଟାର ଭିଲେଇଜ ମର୍ଦ୍ଧକୋଟ ।

କୋଦଳା,୨୫/୦୧(ପିପିଟି);ଭାରତୀୟ ଡାକ ବିଭାଗ ତରଫରୁ ବ୍ରହ୍ମପୁର ଡିଭିଜନ କୋଦଳା ଡାକ ବିଭାଗ ଅନ୍ତର୍ଗତ ମର୍ଦ୍ଧକୋଟ ଶାଖା ଡାକପାଳ ମର୍ଦ୍ଧକୋଟ ଗ୍ରାମକୁ ଫାଇବଷ୍ଟାର ଭିଲେଇଜର ସମ୍ମାନ ଆଣିପାରିଛନ୍ତି । ଡାକପାଳ କୀର୍ତ୍ତନ ନାୟକଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଗ୍ରାମର ପ୍ରତି ଘରକୁ ଡାକ ବିଭାଗ ତରଫରୁ ସେଭିଙ୍ଗ ଆକାଉଣ୍ଟ, SSA, IPPB, RPLI/PLI, PMSBY, ଭଳି ଅନେକ ଡାକ ସୁବିଧା ମିଳିଛି । ଯାହା ଫଳରେ ବ୍ରହ୍ମପୁର ଡିଭିଜନର ପ୍ରଥମ ଫାଇବଷ୍ଟାର ଭିଲେଇଜର ସମ୍ମାନ ମର୍ଦ୍ଧକୋଟ ଗ୍ରାମକୁ ମିଳିଛି । ମର୍ଦ୍ଧକୋଟ ଡାକ ବିଭାଗର ଡାକପାଳ କୀର୍ତ୍ତନ ନାୟକଙ୍କୁ ପୂର୍ବରୁ ଡାକ ବିଭାଗର ସର୍ବୋଚ୍ଚ ସମ୍ମାନ ମେଘଦୂତ ସମ୍ମାନରେ ସମ୍ମାନିତ ହୋଇଥିଲେ । ଆଉ ଏବେ ଏହିଭଳି ଗୌରବର ଅଧିକାରୀ ହୋଇଥିବାରୁ ମର୍ଦ୍ଧକୋଟ ଡାକପାଳଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment