ବ୍ରହ୍ମପୁର ଆଇନ ମହାବିଦ୍ୟାଳୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ।

ବ୍ରହ୍ମପୁର,୩୦/୧୨(ପିପିଟି): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆଇନ ମହାବିଦ୍ୟାଳୟର କିରାଣୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଡିଏଲଆର ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ବ୍ରହ୍ମପୁର ଆସିକା ରୋଡ ତିନି ମହଲା ଘର ସହିତ ମୋଟର ଯନ୍ତ୍ରାଂଶ ଦୋକାନ, ତିନି ମହଲା ଘର ବ୍ଯାଙ୍କ କୋଲନି,ଦୁଇ ମହଲା ଗୋଦାମ ଘର ଆସ୍କା ରୋଡ,ଭଡା ଗୋଦାମ ଗୃହ ବୃନ୍ଦାବତି ନଗର,ଭଡା ଗୋଦାମ ଗୃହ ବିଷ୍ଣୁ ନଗର,ବ୍ରହ୍ମପୁର, କଲେଜରେ ଚଢାଉ ଜାରି ରହିଛି। ପ୍ରଶାନ୍ତଙ୍କ ପାଖରୁ ନଗଦ ୧୮ ଲକ୍ଷ ୮ ହଜାର ଟଙ୍କା ଜବତ କରାଯାଇଛି।

Comments (0)
Add Comment