ବ୍ରହ୍ମପୁରରେ ସିପିଆଇର ୨୩ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ;ଜିଲ୍ଳାର ସାମଗ୍ରିକ ବିକାଶ ପାଇଁ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ।

ବ୍ରହ୍ମପୁର,୦୩/୦୯(ପିପିଟି): ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମୀ ଓ କୃଷକ ଏବଂ ଛାତ୍ର ଆନ୍ଧୋଳନର ଅଗ୍ନିଗର୍ଭରୁ ଗଞ୍ଜାମ ଜିଲ୍ଲାରେ ସିପିଆଇର ସୃଷ୍ଟି ହୋଇଛି ଓ ସ୍ଵାଧୀନତା ପରବର୍ତ୍ତୀ ସମୟରୁ ଅଦ୍ୟାବଧି ଜିଲ୍ଲାର ପ୍ରମୁଖ ଦଳ ଭାବେ ଜିଲ୍ଳାର ସାମଗ୍ରିକ ବିକାଶ ପାଇଁ ଦଳ ଅବଦାନ ଦେଇ ଆସିଛି। ଗଞ୍ଜାମ ଜିଲ୍ଲାରେ ପୁଣି ଦଳକୁ ସଶକ୍ତକରି ସ୍ଥାନୀୟ ସମସ୍ୟାକୁ ଚିହ୍ନଟ କରି ଗଣ ଆନ୍ଧୋଳନ ଭିତରୁ ପାର୍ଟି କୁ ଶକ୍ତିଶାଳୀ କରିବାସହ ଜିଲ୍ଲାରେ ଦଳର ପ୍ରାଧାନ୍ୟ ବଜାୟ ରଖିବାକୁ ବ୍ରହ୍ମପୁର ଠାରେ ଅନୁଷ୍ଠିତ ସିପିଆଇର ୨୩ତମ ଜିଲ୍ଲା ସମ୍ମିଳନୀରେ ଆହ୍ବାନ ଦିଆଯାଇଛି। ଶିଳ୍ପ ଶୂନ୍ୟ ଜିଲ୍ଲା ଗଞ୍ଜାମରେ କୁଶଳୀ ଯୁବକ ମାନେ ପ୍ରବାସୀ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ତେଣୁ ଆସିକା ଚିନିଶିଳ୍ପର ସମ୍ପ୍ରସାରଣ ଆସିକା ସୂତାକଳକୁ ଖୋଲିବା, ଟା ଟା ଅଧିଗୃହୀତ ଜମିରେ ଶିଳ୍ପ ପ୍ରତିଷ୍ଠା, ଜିଲ୍ଲାରେ ଶୀତଳ ଭଣ୍ଡାର ଓ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ବୟନ ଶିଳ୍ପର ପୁନଃରୁଦ୍ଧାର ପାଇଁ ଏହି ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେବା ସହ ଆନ୍ଦୋଳନ ପାଇଁ ଡ଼ାକରା ଦିଆଯାଇଛି। ବ୍ରହ୍ମପୁର ସ୍ଥିତ ପ୍ରକାଶମ ହାଲ ପରିସରରେ ସାଥି ଦୂତିକୃଷ୍ଣ ପଣ୍ଡା ନଗର ଓ ସାଥୀ ବୃନ୍ଦାବନ ପଲାଇ ମଣ୍ଡପ ପରିସରରେ ଅନୁଷ୍ଠିତ ସିପିଆଇ ଜିଲ୍ଲା ସମ୍ମିଳନୀରେ ଦଳର ନେତୃତ୍ୱ ଓ ପ୍ରତିନିଧି ଏହା ପ୍ରକାଶ କରିଛନ୍ତି। ଦୁଇଦିନିଆ ଜିଲ୍ଲା ସମ୍ମିଳନୀକୁ ବାୟଜ୍ୟେଷ୍ଠ ସାଥୀ ଗୋକୁଳଚନ୍ଦ୍ର ପଣ୍ଡା ପାର୍ଟି ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ। ସହିଦବେଦୀରେ ପୁଷ୍ପମାଲ୍ୟ ଅର୍ପଣ ସହ ସମ୍ମିଳନୀ କକ୍ଷରେ ସାଥୀ ରାଜୀବ ଲୋଚନ ପଣ୍ଡା, ଆର ବିଜୟଲକ୍ଷ୍ମୀ, ସୁଶାନ୍ତ ସ୍ବାଇଁ, ରଙ୍କନାଥ ସ୍ବାଇଁ ଓ ରାଜେନ୍ଦ୍ର ଦାଶଙ୍କୁ ନେ଼ଇ ସଭାପତି ମଣ୍ଡଳୀର ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ସହ ସମ୍ପାଦକ ନୀଳକଣ୍ଠ ଦାଶ ଶୋକ ପ୍ରସ୍ତାବ ଆଗତ ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସାଥି ଶୋଭାଚନ୍ଦ୍ର ଷଡଙ୍ଗୀ ବିପ୍ଳବୀ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ସମ୍ମିଳନୀ ସମ୍ପର୍କରେ ପ୍ରାକ୍ ସୂଚନା ଦେଇଥିବା ବେଳେ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷା ତଥା ରାଜ୍ୟ ସମ୍ପାଦନା ମଣ୍ଡଳୀ ସଭ୍ୟ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ପ୍ରତିନିଧି ମାନଙ୍କୁ ସ୍ଵାଗତ ସମ୍ଭାଷଣ ପ୍ରଦାନ ସହ ସମ୍ମିଳନୀର ସଫଳତା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟଅତିଥି ସିପିଆଇ ରାଜ୍ୟ ସମ୍ପାଦକ ସାଥୀ ଆଶିଷ କାନୁନଗୋ ଜାତୀୟ ରାଜ୍ୟ ସମସ୍ୟା ଉପସ୍ଥାପନ ସହ ଦେଶର କର୍ପୋରେଟ ଫାସିବାଦୀ ସାମ୍ପ୍ରଦାୟିକ ଶକ୍ତିକୁ ଦମନ ସହ ଦେଶରକ୍ଷା ଓ କୃଷି କୃଷକଙ୍କ ସ୍ୱାର୍ଥ ସିଦ୍ଧି ପାଇଁ ସମସ୍ତ ବାମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଶକ୍ତି ମିଳିତ ସଂଗ୍ରାମ କରିବା ସମ୍ପର୍କରେ ଗୁରୁତ୍ଵ ଦେଇଥିଲେ। ଭାତୃପ୍ରତିମ ଅତିଥି ଭାବେ ସିପିଏମ ନେତା ଯୁଦ୍ଧିଷ୍ଠିର ବେହେରା ଜିଲ୍ଲାରେ ବାମ ଗଣତାନ୍ତ୍ରିକ ଦଳର ଶକ୍ତିବୃଦ୍ଧି ସହ ଶକ୍ତିଶାଳୀ ଗଣ ଆନ୍ଦୋଳନ ପାଇଁ ଆହ୍ବାନ କରିଥିଲେ। ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା ଶିକ୍ଷା ସ୍ଵାସ୍ଥ୍ୟ ନିଯୁକ୍ତି ଓ ବାସଗୃହକୁ ମୌଳିକ ଅଧିକାର କରିବା ପାଇଁ ଐକ୍ୟବଦ୍ଧ ଅନବରତ ଆନ୍ଦୋଳନ ପାଇଁ ଆହ୍ଵାନ ଦେଇଥିଲେ। ପାର୍ଟିର ଭେଟେରାନ ନେତା ପିତବାସ ମହାପାତ୍ର, ହାଦୁବନ୍ଧୁ ଖୁଣ୍ଟିଆ, ପଦ୍ମନାଭ ପାତ୍ର,ଶରତ ପଟ୍ଟନାୟକ, ରାଜେନ୍ଦ୍ର ସାହୁଙ୍କୁ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶ୍ଵ ଦେଶ ରାଜ୍ୟ ଓ ଜିଲ୍ଲାର ରାଜନୈତିକ ଅବସ୍ଥା ଓ ସିପିଆଇର ଭୂମିକା ସମ୍ପର୍କରେ ଚିଠା ରାଜନୈତିକ ରିପୋର୍ଟ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀହର୍ଷ ରଥ ଆଗତ କରିଥିବା ବେକେ ସାଙ୍ଗଠନିକ ରିପୋର୍ଟ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଆଗତ କରିଥିଲେ। ଅଭ୍ୟର୍ଥନା ସମିତି ଉପାଧ୍ୟକ୍ଷ ପ୍ରଦୀପ ସେଠୀ, ସମ୍ପାଦକ କାମଦେବ ନାହାକଙ୍କ ସମେତ କାର୍ଯ୍ୟକାରି କମିଟି ସଭ୍ୟ ସିମାଞ୍ଚଳ ସାହୁ, ଅଳକନାଥ ମିଶ୍ର, କୈଳାସ ପାତ୍ର, ଅନନ୍ତ ମହାକୁଡ, ଦଣ୍ଡପାଣି ସାମଲ, ସୁଧାଂଶୁ ପଣ୍ଡା, ବିଦେଶୀ ନାହାକ,ମନୋଜ କୁମାର ଗୌଡ, ଦୁର୍ଗା ଚରଣ ପାତ୍ର, ଗୁରୁନାଥ ପ୍ରଧାନ, ଅଜୟ ଗୌଡ ପ୍ରମୁଖ ଅଧିବେଶନ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଳାର ବିଭିନ୍ନ ଜୋନରୁ ୨୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।

Comments (0)
Add Comment