ବ୍ରହ୍ମପୁର,୦୬/୦୪(ପିପିଟି): ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୯୮ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ଗୋଟିଏ ସାମୂହିକ ଅଭିଯୋଗ ରହିଥିଲା । ରେଡକ୍ରସ ପାଣ୍ଠିରୁ ୧୦ ଜଣଙ୍କୁ ସହାୟତା ରାଶି ବାବଦରେ ୬୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ।
ଏହି ଅଭିଯୋଗ ଶୁଣାଣି ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ,ଆରକ୍ଷୀ ଅଧିକ୍ଷକ ଡ଼ା ସର୍ବଣା ବିବେକ ଏମ୍ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ମହାନଗର ନିଗମ କମିଶନର ଏ ସସ୍ୟ ରେଡ୍ଡୀ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ ପେନସନ, ପିଏମ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନାରେ ଗୃହ ବଣ୍ଟନ,ରାସନ କାର୍ଡ,ଜମିଜମା ,ଶିକ୍ଷା , ସ୍ୱାସ୍ଥ୍ୟ ,ଚିକିତ୍ସା ସହାୟତା ଆଦିର ଦରଖାସ୍ତ ହସ୍ତଗତ ହୋଇଥିଲା।
ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଳେକ୍ଟର ଶୁଭଶ୍ରୀ ମିଶ୍ର ଓ କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ ।