ବ୍ରହ୍ମପୁରଠାରେ ୭୯ତମ ସ୍ଵାଧୀନତା ଦିବସର ପୁରସ୍କାର ବିତରଣ ।

ବ୍ରହ୍ମପୁର,୨୨/୦୮(ପିପିଟି): ବ୍ରହ୍ମପୁର ଠାରେ ୭୯ତମ ସ୍ଵାଧୀନତା ଦିବସର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର,ଭା. ପ୍ର. ସେ, ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ,ଭା.ପ୍ର.ସେ ଯୋଗ ଦେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ବକ୍ତୃତା ,ପ୍ରବନ୍ଧ ପ୍ରତିଯୋଗିତା ଏବଂ ପ୍ୟାରେଡ୍ ଓ ପି.ଇ.ଟି ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ପରିଚାଳନା କରିଥିଲେ । ସ୍ଵାଧୀନତା ଦିବସ ଦିନ ପ୍ରବଳ ବର୍ଷା ସକାଶେ ପୁରସ୍କାର ବିତରଣ ସ୍ଥଗିତ ରଖାଯାଇଥିଲା ।

Comments (0)
Add Comment