ମାଲକାନଗିରି,ତା:୧୪/୦୬(ପିପିଟି);ଓର୍କେଲ ଥାନା ଅନ୍ତର୍ଗତ ଏମଭି-୫୨ ଗ୍ରମର ଏକ ମହିଳାଙ୍କର ଏଟିଏମରାସ୍ତାରେ ଯିବା ସମୟରେ କେଉଁ ହଜିଯିବା ପରେ ତାକୁ କୌଣସି ଅସାମାଜିକ ବ୍ଯକ୍ତି ଉଠାଇ ନେଇ ଜନୈକା ମହିଳାଙ୍କ ଏକାଉଣ୍ଟ ଖାତାରୁ ୬ ଥର ଏଟିଏମକୁ ବ୍ଯବହାର କରି ୫୭ ହଜାର ଟଙ୍କା ଲୁଟି ନେଇ ଥିବା ଓର୍କଲ ଥାନାରେ ଗତ ୫ ତାରିଖରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ଏଟିଏମ ଓ ନଗଦ ୪୭ ହଜାର ଟଙ୍କା ଜବତ ହେୀଇଛି । ପ୍ରପ୍ତ ସୂଚନାରୁ ଜଣା ପଡିଛି ଯେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଲାକାମ୍ବେରୁ ପଞ୍ଚାୟତ ନିକଟସ୍ଥ ଏମଭି-୫୨ ଗ୍ରାମର ଲଖି ବିଶ୍ବାସ ବାଲିମେଳରେ କୌଣସି କାର୍ଯ୍ଯରେ ତାଙ୍କ ସ୍ବାମୀ ସହ ଗତ ୩୧ ତାରିଖ ଦିନ ୧୧ ଘଟିକା ସମୟରେ ଆସିଥିବା ବେଳେ ମୋଟର ସାଇକଲରେ ପେଟ୍ରୋଲ ପମ୍ପରେ ତେଲ ପକାଇ ଘରକୁ ଫେରିଥିଲେ । ଘରକୁ ଫେରିବା ରାସ୍ତାରେ ଏଟିଏମଟି କେଉଁଠି ତାଙ୍କର ପଡିଯାଇଥିଲା । ଏ ସଂପର୍କରେ ଲିଖି ଅବଗତ ନଥିବା ବେଳେ ସେହି ଦିନ କୋରୁକୋଣ୍ଡା ଏଟିଏମରୁ ୨ ଥର ଲେଖାଏଁ ୯,୫୦୦ ଟଙ୍କା ତାଙ୍କ ଏକାଉଣ୍ଟରୁ ଉଠାଣ ହୋଇଥିଲା । ତାପରେ ସେ ଏଟିଏମ ଟି କେଉଁଠି ହଜିଯାଇଥିବା ଜାଣିବାକୁ ପାଇଥିଲେ । ପୁନଶ୍ଚ ୧ ତାରିଖ ଦିନ ବୈପାରୀଗୁଡା ଏଟିଏମରୁ ୨ ଥର ଏବଂ ପେଟ୍ରୋଲ ପମ୍ପ ଏଟିଏମରୁ ୨ ଥର ୯,୫୦୦ ଟଙ୍କା ଲେଖାଏଁ ମୋଟ ୬ ଥରରେ ୫୭ ହଜାର ଟଙ୍କା ଉଠାଇ ଦୁର୍ବୃତ୍ତମାନେ ଲୁଟି ନେବାରେ ସଫଳ ହୋଥିଲେ । ଏ ସଂପର୍କରେ ଲଖି ବିଶ୍ବାସ ଓର୍କେଲ ଥାନାରେ ଗତ ୫ ତାରିଖ ଦିନ ଲିଖିତ ଅଭିଯୋଗ କଲା ପରେ ପୋଲିସ ଅନୁସନ୍ଧାନ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ସେମାନେ ହେଲେ କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଚିତାପାରୀ-୩ ପଞ୍ଚାୟତ ନିକଟସ୍ଥ ସଦାଶିବପୁର ଗ୍ରାମର ମହେଶ୍ବର ଖରା,ରାଜୀବ ଦାସ ଓ ସନିଆ ମଙ୍ଗୁ ।ଅଭିଯୁକ୍ତମାନେ ଏଟିଏମଟି ରାସ୍ତାରୁ ପାଇଥିବା ବେଳେ ସେଥିରେ କୋଡ ନମ୍ବର ଲେଖାଥିବାରୁ ଟଙ୍କା ଉଠାଇବାରେ ସକ୍ଷମହୋଇଥିଲେ । ସେମାନଙ୍କ ଠାରୁ ପୋଲିସ ୪୭ ହଜାର ଟଙ୍କା ଏବଂ ଏଟିଏମ ଜବତ କରିବା ସହ ୩ ଜଣ ଆସାମୀଙ୍କୁ ଓର୍କେଲ ପୋଲିସ କୋର୍ଟ ଚାଲାଣ କରିଛି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)