ମାଲକାନଗିରି,୨୭/୦୪(ପିପିଟି): ମାଲକାନଗିରି ଜିଲ୍ଲା ବ୍ୟବସାୟୀ ସଙ୍ଘର ପ୍ରଥମ ବାର୍ଷକ ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସହରର ପ୍ରତ୍ୟେକ ଛୋଟ ବଡ ବ୍ୟବସାୟୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ସଂଘ ଗଠନର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା ହେବା ସହ ଏକ ସୁଦୃଢ ସଂଗଠନ ଗଢିବା ନେଇ ମତ ବିନ୍ଯାସ ହୋଇଥିଲା । ଉପସ୍ଥିତ ସମସ୍ତ ଛୋଟ ବଡ ବ୍ୟବସାୟମାନେ ନିଜର ନାମ ପଞ୍ଜିକରଣ କରିବା ପରେ ସମ୍ମିଳନୀ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜୟପୁର ବ୍ୟବସାୟୀ ସଙ୍ଘର ଉପଦେଷ୍ଟା ଅଞ୍ଜନି ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଶଶିଧର ପଟ୍ଟନାୟକ, ସାଧାରଣ ସମ୍ପାଦକ ଭି. ପ୍ରଭାକର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ବକ୍ତା ଭାବେ ଅନୁପ ପାତ୍ର ଏବଂ ଗଣେଶ ଆଚାର୍ଯ୍ୟ ଯୋଗଦେଇ ଏକ ସୁଦୃଢ ସଂଗଠନ ଗଢିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମାଲକାନଗିରି ବ୍ୟବସାୟୀ ସଂଘର ସଭାପତି ସୁରେଶ ସୋମାନି ଅଧ୍ୟକ୍ଷତା କରିଥିଲା ବେଳେ ସଙ୍ଘର କାର୍ଯ୍ୟକାରୀ ସଦସ୍ୟ ଦିବାକର ପାଳ ମଞ୍ଚ ପରିଚାଳନା କରିଥିଲେ । ସାଧାରଣ ସମ୍ପାଦକ ଈଶ୍ୱର ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଭାକାର୍ଯ୍ୟ ଶେଷରେ ଜି.ଶ୍ୟାମବାବୁ ଦୋରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)