ବେଗୁନିଆପଡା,୧୯/୧୧(ପିପିଟି): ବୁଧବାର ଦିବା ୧୨ ଘଟିକା ୩୦ ମିନଟ ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ କୋଦଳା ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସମିତି ଓ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ କାର୍ଯ୍ୟକ୍ରମର ସହଯୋଗରେ ଏକ ପାଠଚକ୍ର ଶୀର୍ଷକ “ବୌଦ୍ଧିକ ବ୍ୟକ୍ତିତ୍ୱ ବିକାଶ”ଉପରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରୋହିତ୍ୟରେ ଆଜିର ପାଠଚକ୍ରରେ ପ୍ରତାପ କୁମାର ସ୍ୱାଇଁ ସାଧନା କର୍ମୀ ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବ୍ୟକ୍ତିତ୍ୱ ବିକାଶ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଛାତ୍ରଛାତ୍ରୀଙ୍କ ଅନର୍ନିହିତ ଜ୍ଞାନର ଉନ୍ନତିରେ ଆଜିର ପାଠଚକ୍ର ସହାୟକ ହୋଇପାରିବ ବୋଲି କହିଥିଲେ । ଏଥିରେ ପ୍ରଶାସନିକ ଅଧିକାରୀ ରଂଜୁବାଳା ନନ୍ଦ, ଆକାଦଡେ଼ମୀକ ବର୍ଷର ବିନୋଦ କୁମାର ମିଶ୍ର,ସତ୍ୟ ସାଇସେବା ସମିତି କୋଦାଳର କର୍ମୀ ଶ୍ରୀନିବାସ ଦୋରା,ଜୟରାମ ଗୌଡ଼ ଆଦି ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନ ସମ୍ପର୍କେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ତପସ୍ୱିନୀ କରଣ,ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ,ବର୍ଷାରାଣୀ ମହାନ୍ତି, ମନୀଷା ପଟନାୟକ,ଭୁବନେଶ୍ୱରୀ ରାୟ ସାମନ୍ତ ଓ ଅଧ୍ୟାପକ ଲିପୁନ ମାଝୀ, କାହ୍ନୁ ଚରଣ ପାଳ ଆଦି ସହଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମ କୁ ଅନର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ସପନ କୁମାର ଦାଶ ପରିଚାଳନା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )