ବୋଲେରୋ ସହ ୫୦ କେଜି ଗଞ୍ଜେଇ ଜବତ,୨ ଗିରଫ ।

ଭଞ୍ଜନଗର, ୨୩/୧୧(ପିପିଟି ):କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରକୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରାଯାଉଛି। ଏହାକୁ ରୋକିବା ପାଇଁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିବା ବେଳେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଆଜି ଭଞ୍ଜନଗର ଅବକାରୀ ଟିମ୍‌ ଏହି ଥାନା ଅଧିନ ବୁଦୁଲି ଗ୍ରାମ ନିକଟରୁ ୫୦ କେଜି ଗଞ୍ଜେଇ ଜବତ କରିବା ସହ ଏକ ‌ବୋଲେରୋ ଓ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଓ ଫିରିଙ୍ଗିଆ ଅଞ୍ଚଳର ବିଭୂତି ନାୟକ ଏବଂ ଦୁଷ୍ମନ୍ତ କହଁର। ଅବକାରୀ ବିଭାଗ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି ଚଢଉରେ ଅବକାରୀ ଏସ୍‌ଆଇ ଅଲିଭା ମାଝୀଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment