ବୋଲସର ପଞ୍ଚାୟତରେ ନାଳ ନିର୍ମାଣ ନକରି ୧୬ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ।

କବିସୂର୍ଯ୍ୟନଗର,୧୯/୦୨(ପିପିଟି): କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୋଲସର ପଞ୍ଚାୟତରେ ବ୍ଯାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିଲା। ବୋଲସର ପଞ୍ଚାୟତରେ ମନରେଗା ରେ ବ୍ଯାପକ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା । ତମାଳ/ଢାମଣା ଶଙ୍ଖ ଠାରୁ ସୁଣ୍ଢିକଣା ପର୍ଯ୍ୟନ୍ତ ନାଳର ଉନ୍ନତିକରଣ ପାଇଁ ଅଟକଳ ମୂଲ୍ଯ ୫ ଲକ୍ଷ ଟଙ୍କା ଥିବାବଳେ ୩୯୬୩୪୮ ଟଙ୍କା ବିଲ୍ ହୋଇଛି। ତମାଳ/ଢାମଣା ଶଙ୍ଖ ଠାରୁ ଅରୁଣ ମଣ୍ଡଳ ଜମି ପର୍ଯ୍ୟନ୍ତ ନାଳର ପୁନରୁଦ୍ଧାର ନିମନ୍ତେ ଅଟକଳ ମୂଲ୍ଯ ୫ଲକ୍ଷ ଟଙ୍କା ଥିବାବଳେ ୪୦୦୯୭୦ ଟଙ୍କା ବିଲ୍ ହୋଇଛି। ରଞ୍ଜନ ଦଳେଇ ଘର ଠାରୁ ଲୋକନାଥ ଖଟେଇ ଘର ପର୍ଯ୍ୟନ୍ତ ନାଳର ପୁନରୁଦ୍ଧାର ନିମନ୍ତେ ଅଟକଳ ମୂଲ୍ଯ ୧୦ ଲକ୍ଷ ଟଙ୍କା ଥିବାବଳେ ୪୪୬୦୩୯ ଟଙ୍କା ବିଲ୍ ହୋଇଛି। ପମ୍ପ ଘର ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ନାଳର ଉନ୍ନତିକରଣ ନିମନ୍ତେ ଅଟକଳ ମୂଲ୍ଯ ୫ ଲକ୍ଷ ଟଙ୍କା ଥିବାବଳେ ୩୫୯୭୮୬ ଟଙ୍କା ବିଲ୍ ହୋଇଛି । କୌଣସି ନାଳ କାର୍ଯ୍ଯ ନକରି ବିଲ୍ ପ୍ରସ୍ତୁତ ହୋଇଥିବା ଘଟଣାର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକର ନେତା ସମରଜିତ୍ ମହାନ୍ତି ଜିଲ୍ଲାପାଳ ଗଞ୍ଜାମ, ମୁଖ୍ୟମନ୍ତ୍ରୀ,ମୁଖ୍ଯ ଶାସନ ସଚିବ, ପ୍ରମୁଖ ସଚିବ, ପଞ୍ଚାୟତ ରାଜ ବିଭାଗ, ନିର୍ଦ୍ଦେଶକ ଭିଜିଲାନ୍ସ, ଓଡିଶା,ଏସପି ଭିଜିଲାନ୍ସ, ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ଶ୍ରୀ ମହାନ୍ତି କହିଛନ୍ତି ଯେ ଏକ ମାସ ମଧ୍ଯରେ ତଦନ୍ତ ନହଲେ ଉଚ୍ଚ ନ୍ୟାୟାଳୟକୁ ଯିବେ।

(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।)

Comments (0)
Add Comment