ବୋଲଗଡ଼ ସାମ୍ବାଦିକ ସଂଘ ର ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି।

ବୋଲଗଡ,୨୭/୧୨(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକର ମା’କୋଶଳାଶୁଣୀ ପୀଠରେ ଚଳିତ ବର୍ଷର ବୋଲଗଡ଼ ବ୍ଳକର ୱେବ୍ ମିଡିଆ ସଂଘର ସାମ୍ବାଦିକ ବନ୍ଧୁ ମିଳନ ଓ ସଂଘର ବାର୍ଷିକ ସାଧାରଣ ବୈଠକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ବୋଲଗଡ଼ ସାମ୍ବାଦିକ ସଂଘର ସମ୍ପାଦକ ସାମ୍ବାଦିକ ବିଶ୍ବଜିତ ମହାପାତ୍ର ଓ ଉପସଭାପତି ସାମ୍ବାଦିକ ରଘୁନାଥ ମଲ୍ଲୀକଙ୍କ ମିଳିତ ସହଯୋଗ ରେ ମୁଖ୍ଯ ଅତିଥି ଭାବେ ଓୟୁଜେର ଜିଲ୍ଲା ସମ୍ପାଦକ ଦିଲ୍ଲୀପ ମିଶ୍ର ଓ ମୁଖ୍ଯ ବକ୍ତା ଭାବେ ଦେବୀପ୍ରସାଦ ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଓୟୁଜେ ର କୋଷାଧ୍ୟକ୍ଷ ଦୀପକ କର ଓ ବାଙ୍କୋଇ ଫାଣ୍ଡି ଅଧିକାରୀ କୁମର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ବୋଲଗଡ଼ ସାମ୍ବାଦିକ ସଂଘ ର ସଭାପତି ନୀରଞ୍ଜନ ନାୟକଙ୍କ ସଭାପତିତ୍ୱରେ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ସଂଯୋଜନା କ୍ରମେ ଉପସ୍ଥିତ ଅତିଥି ମାନେ ସାମ୍ବାଦିକ ସୁରକ୍ଷା ଓ ସଂଘ ର ସଂଘୀୟ ଶୃଙ୍ଖଳା ସମ୍ବନ୍ଧରେ ଆଲୋଚନା କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ଦିଗରେ ଆଲୋକପାତ କରିଥିଲେ। ଆଜି ର ସଭାରେ ବୋଲଗଡ଼, ବେଗୁନିଆ, ରଣପୁର ଆଦି ବ୍ଳକର ବହୁ ସାମ୍ବାଦିକ ଭାଇମାନେ ଯୋଗଦେଇ ବୋଲଗଡ଼ ୱେବ୍ ମିଡିଆ ସଂଘର ଉନ୍ନତି ମୁଳକ କାଯ୍ୟର ନୀର୍ଭିକତା ସମ୍ବାଦ ପରିବେଷଣ ର କୋଭିଡ୍ ଯୋଦ୍ଧାର ବହୁ ପ୍ରସଂଶା କରିଥିଲେ। ବୋଲଗଡ଼ ୱେବ୍ ମିଡିଆ ସଂଘର ସମସ୍ତ ସାମ୍ବାଦିକ ଭାଇମାନେ ଉପସ୍ଥିତ ରହିବା ସହିତ କୋଭିଡ୍-୧୯ର ନୀୟମ ପାଳନ କରି ମାକ୍ସ ପରିଧାନ କରିଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment