ବୋଲଗଡ଼,୦୩/୦୫ (ପିପିଟି):ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ୨୮ଟି ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ନଅଟି ବିଦ୍ୟାଳୟର ୨୦୨୪-୨୫ ଶିକ୍ଷାବର୍ଷର ମେଟ୍ରିକ ଫଳ ଶତ ପ୍ରତିଶତ ହୋଇଛି ।ଉକ୍ତ ନଅଗୋଟି ବିଦ୍ୟାଳୟ ହେଉଛି ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ, ପିଚୁକୁଳିସ୍ଥିତ ଶ୍ରୀ ରଘୁନାଥ ଦେବ ଉଚ୍ଚ ବିଦ୍ୟାଳୟ, ଧଳା ପଥର ଡିକେ ଉଚ୍ଚ ବିଦ୍ୟାଳୟ, ତାଳତୁମ୍ବ ପଶ୍ଚିମେଶ୍ୱର ଦେବ ଉଚ୍ଚ ବିଦ୍ୟାଳୟ, ମାଣିକାଗୋଡା ଗଦା ଧର ବାଞ୍ଛାନିଧି ଉଚ୍ଚ ବିଦ୍ୟାଳୟ, କଳାଙ୍ଗ କାହ୍ନୁଚରଣ ଉଚ୍ଚ ବିଦ୍ୟାଳୟ, ଦେଉଳି ଆଞ୍ଚଳିକ ବିଦ୍ୟାଳୟ, ଅରଖପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଉପରୋକ୍ତ ନଅଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ,ଧ୍ରୁବାନନ୍ଦ ନାୟକ, ଧ୍ରୁବ ଚରଣ ତ୍ରିପାଠୀ, ଜୋଚିନ୍ଦ୍ର ଦାସ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ମହାପାତ୍ର, ସଂଯୁକ୍ତା ଦାଶ, ପ୍ରଣତି ସିଂହ, ଜ୍ୟୋତିର୍ମୟୀ ସାହୁ ଓ ସୁକାନ୍ତି ଦେଈଙ୍କୁ ଅଭିଭାବକ ଓ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।ଟାଙ୍ଗିସାହିସ୍ଥିତ ରଘୁନାଥ ମଧୁସୂଦନ ଉଚ୍ଚ ବିଦ୍ୟାଳୟ, ମୁଗମଣ୍ଡା ଦେବଗୁରୁ ଆଦର୍ଶ ବିଦ୍ୟାଳୟ, କାହ୍ନୁଚରଣ ଉଚ୍ଚ ବିଦ୍ୟାଳୟ ଓ ଡାବରଧୂଆ ଶ୍ୟାମସୁନ୍ଦର ଆଦର୍ଶ ବିଦ୍ୟାପୀଠର ଯଥାକ୍ରମେ ଦୁଇ ଜଣ, ଦୁଇଜଣ,ଏକଜଣ, ଏକଜଣ ବିଦ୍ୟାର୍ଥୀ A1ଗ୍ରେଡ ପ୍ରାପ୍ତ ହୋଇଛନ୍ତି। ଏହି ଚାରୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ସାହୁ,କିଶୋର ଚନ୍ଦ୍ର ଦାଶ, ଜୋଚିନ୍ଦ୍ର ଦାସ, ଶ୍ରୀଧର ସାହୁଙ୍କୁ ବିଦ୍ୟାର୍ଥୀଙ୍କ ପିତାମାତା କୃତଜ୍ଞତା ଜଣାଇଛନ୍ତି । ରଘୁନାଥ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଂଶୁମାନ ବେହେରା ୫୪୮ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି ବୋଲିଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ରବଳବନ୍ତରାୟ ଏବଂ ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁ ସୁଚନା ପ୍ରଦାନ କରିଛନ୍ତି ।ଏହି ମେଟ୍ରିକ ଫଳରେ ପୂର୍ବତନ ମଣ୍ଡଳ ସଂଯୋଜକ ପଦ୍ମଚରଣ ବେହେରା ଖୁସି ବ୍ୟକ୍ତ କରିଛନ୍ତି ।
ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।