ବୋଲଗଡ ରେଲୱେ ଓଭରବ୍ରିଜ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ।

ବୋଲଗଡ,୨୯/୧୦(ପିପିଟି); ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଅକାରଣରେ ଚାଲିଯାଉଛି ସାଧାରଣ ଲୋକଙ୍କ ଜୀବନ । କିଛି ଦିନ ତଳେ ପିଚୁକୁଳି ଠାରେ ଘଟିଥିବା ସଡ଼କ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଜି ବୋଲଗଡ ରେଲୱେ ଓଭରବ୍ରିଜ ନିକଟରେ ଘଟିଯାଇଛି ଆଉ ଏକ ଦୁଘର୍ଟଣା । ଘଟଣା ସ୍ଥଳରେ ଜଣେ ମୃତ । ଘଟଣାରୁ ଜଣା ପଡିଛି ଯେ ଆଜି ନୟାଗଡ ଜିଲ୍ଲା ଶରଣକୂଳ ଶିଖରପୁର ଗ୍ରାମର ଗୋଲକ ମୁଦୁଲି ତାଙ୍କର ପତ୍ନୀ ବାସନ୍ତୀ ମଞ୍ଜରୀ ମୁଦୁଲିଙ୍କ ସହିତ ହିରୋହୁଣ୍ଡା ଗାଡି ନଂ OR25C6607 ବାଇକରେ ଯାଉଥିବା ସମୟରେ ଠିକା ସଂସ୍ଥା ଏଆରଏସଏସ ଗାଡି ନଂ OR04J2363 ଉକ୍ତ ବାଇକ୍ ଟି କୁ ପାର୍ଶ୍ବରେ ଧକା ଦେଇଥିଲା । ଘଟଣା ସ୍ଥଳରେ ଭାରସାମ୍ୟ ହରାଇ ତାଙ୍କର ପତ୍ନୀ ତଳେ ପଡିଯାଇଥିବା ବେଳେ ଡମ୍ଫର ଗାଡିର ଚକାଟି ମୁଣ୍ଡ ଉପରେ ମାଡି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କ ପତ୍ନୀଙ୍କ ମୃତ ଘଟିଥିବାବେଳେ ତାଙ୍କ ସ୍ୱାମୀକୁ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବୋଲଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ଯବଛେଦ ପାଇଁ ପଠେଇଥିବା ବେଳେ ଘଟଣାର ତଦାରଖ କରୁଛି । ଏହି ଘଟଣାରେ ବୋଲଗଡ ସ୍ଥାନୀୟ ଲୋକମାନେ ୫୭ ନଂ ଜାତୀୟ ରାଜପଥକୁ ନିଆଁ ଜଳାଇ ଅବରୋଧ କରିଛନ୍ତି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ପ୍ରସାରଣରେ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ ରାସ୍ତାରେ ବହୁ ଦୁର୍ଘଟଣା ଘଟୁଥିବାର ଦେଖା ଦେଇଛି ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment