ବୋଲଗଡ,୦୭/୦୮(ପିପିଟି): ବୋଲଗଡ ବ୍ଲକ ସଦର ମହକୁମା ସ୍ଥିତ ରାଜସ୍ବ ନିରୀକ୍ଷଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ଜରୁରୀ କାର୍ଯ୍ୟ ଠପ ହୋଇପଡିଛି । ଏହି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଟି ୪ ଗୋଟି ଗ୍ରାମ ପଞ୍ଚାୟତ ତଥା ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ,ଡାବରଧୁଆ ଗ୍ରାମ ପଞ୍ଚାୟତ, ବୋଲଗଡ ଗ୍ରାମ ପଞ୍ଚାୟତ,ବଡ଼ କୁମାରୀ ଗ୍ରାମ ପଞ୍ଚାୟତର ହଜାର ହଜାର ଜନସାଧାରଣମାନେ ଏହି କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ଜମିବାଡ଼ି ମାପ,ଛାତ୍ର ଛାତ୍ରୀମାନଙ୍କର ଜରୁରୀ ଜାତିଗତ ପ୍ରମାଣ ପତ୍ର,ବାସସ୍ଥଳୀ ପ୍ରମାଣ ପତ୍ର, ବାର୍ଷିକ ଆୟ ପ୍ରମାଣ ପତ୍ର,ଖଜଣା ଆଦାୟ, ସରକାରଙ୍କର ଚିଟଫଣ୍ଡ ଗ୍ରାହାକ ଚି଼ହ୍ନଟ ପ୍ରକ୍ରିୟା କାର୍ଯ୍ୟ, ବୃଦ୍ଧା ଓ ବୃଦ୍ଧ ମାନଙ୍କର ବାର୍ଦ୍ଧକ୍ୟ ଭତ୍ତା ଚି଼ହ୍ନଟ ପ୍ରକ୍ରିୟା, ସରକାରଙ୍କର ବିଭିନ୍ନ ଜନ ହିତକାରୀ କାର୍ଯ୍ୟ,ଚାଷୀ ମାନଙ୍କର ବିଭିନ୍ନ ଜରୁରୀ କାର୍ଯ୍ୟମାନ କରାଯାଉଛି। ତେବେ ଏହି କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କର୍ମଚାରୀ ଅଭାବ ଯୋଗୁଁ ଉପରୋକ୍ତ କାର୍ଯ୍ୟଗୁଡିକ କରିବାରେ ବାଧା ସୃଷ୍ଟି ହେଉଛି । କର୍ମଚାରୀ ବିନା ଏକ ମାତ୍ର ନବ ନିଯୁକ୍ତ ରାଜସ୍ବ ନିରୀକ୍ଷକ ଅଶ୍ୱିନୀ କୁମାର ଚୌଧୁରୀ କାର୍ଯ୍ୟ କରୁଥିବା କଥା ପ୍ରକାଶ କରି ଅଛନ୍ତି । ଜଣେ କର୍ମଚାରୀ ଏତେଗୁଡିଏ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ । ଏହି କାର୍ଯ୍ୟାଳୟରେ ୨ ଜଣ ବେସରକାରୀ ଭାବେ ଅସ୍ଥାୟୀ କର୍ମଚାରୀଭାବେ କାର୍ଯ୍ୟ କରି ରାଜସ୍ବ ନିରୀକ୍ଷଙ୍କୁ ସହଯୋଗ କରିଥିଲେ ମଧ୍ୟ ଅଞ୍ଚର ସମସ୍ତ ଜରୁରୀ କାର୍ଯ୍ୟ ହେବାରେ ବିଳମ୍ବ ଘଟୁଛି । ଏହି କାର୍ଯ୍ୟାଳୟରେ ସମୁଦାୟ ୪ ଜଣ କର୍ମଚାରୀ ଆବଶ୍ୟକତା ରହିଛି ।ଏଥିପ୍ରତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ କର୍ମଚାରୀ ନିଯୁକ୍ତି ପାଇଁ ବୋଲଗଡ ଅଞ୍ଚଳର ଜନସାଧାଣମାନେ ଦାବୀ କରିଅଛନ୍ତି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।